ପେପର୍‌ କପରେ ଚା’ ପିଉଥିଲେ ସାବଧାନ୍‌ 

ପେପର୍‌ କପରେ ଚା’ ପିଉଥିଲେ ସାବଧାନ୍‌ 

ଅନେକ ସମୟରେ ଆମେ ପେପର୍‌ କପ ରେ ଚା’ ପିଇଥାଉ । କିନ୍ତୁ ଏହା କଦାପି ଉଚିତ୍‌ ନୁହେଁ । କାରଣ କାଗଜ କପରେ ଚା’ ପିଇବା ଦ୍ୱାରା କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ଲଗାତର କାଗଜ କପ୍‌ରେ ଚା’ ପିଇବା ଦ୍ୱାରା ଶରୀରକୁ ପ୍ରବେଶ କରେ ପ୍ଲାଷ୍ଟିକ୍‌ ଖଣ୍ଡ । କାଗଜ କପ୍‌ ତିଆରି କରିବାକୁ ସେଥିରେ ଏକ ପତଳା ପ୍ଲାଷ୍ଟିକ୍‌ର ଆବରଣ ଦିଆଯାଏ । ଯେତେବେଳେ ଏଥିରେ ଗରମ ଚା’ ଢଳାଯାଏ ସେଥିରୁ ପ୍ଲାଷ୍ଟିକ୍‌ ତରଳିଥାଏ । ଯାହା ଶରୀରକୁ ପ୍ରବେଶ କରି ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ସହ କିଡନୀ ଜନିତ ସମସ୍ୟା ଆଣିଥାଏ ।