ଶୋଇବା ସମୟରେ ଘୁଙ୍ଗୁଡି ମାରୁଥିଲେ, ସାବଧାନ
କଣ ଆପଣ ବି ଶୋଇବା ସମୟରେ ଘୁଙ୍ଗୁଡି ମାରୁଛନ୍ତି । ତେବେ ସାବଧାନ ହୋଇଯାଆନ୍ତୁ ଓ ନିଜର ଯତ୍ନ ନିଅନ୍ତୁ । ବିଶେଷଜ୍ଞଙ୍କ ଅନୁଯାୟୀ ଘୁଙ୍ଗୁଡି ମାରିଲେ ହାର୍ଟ ଜନିତ ସମସ୍ୟା,ଡାଇବେଟିସ୍ ଓ ବ୍ରେନ୍ ଷ୍ଟ୍ରୋକ ହେବାର ସମ୍ଭାବନା ରହିଛି । ଏହି ଘୁଙ୍ଗଡି ସମସ୍ୟା ବେଳେବେଳେ ଖୁବ୍ ମରାତ୍ମକ ବି ହୋଇପାରେ । ତେଣୁ ଏହାକୁ ରୋକିବାକୁ ହେଲେ ବ୍ୟାୟାମ କରନ୍ତୁ ଓ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ଏହାଛଡା ଶୋଇବା ପୂର୍ବରୁ ମଦ୍ୟପାନ କରନ୍ତୁ ନାହିଁ । ଅଥବା ନିଜର ଶୋଇବାର ଶୈଳୀକୁ ବଦଳାନ୍ତୁ । ନଚେତ୍ ନିଦ୍ରାହୀନତାର ଶିକାର ହୋଇ ପାରନ୍ତି ।




admin 