ଅଡୁଆରେ ବିଧାୟକ, ଯୌତୁକ ନିର୍ୟାତନା ଅଭିଯୋଗ ଆଣିଲେ ବୋହୂ

ଅଡୁଆରେ ବିଧାୟକ, ଯୌତୁକ ନିର୍ୟାତନା ଅଭିଯୋଗ ଆଣିଲେ ବୋହୂ

ଭୁବନେଶ୍ୱର:  ଅଡୁଆରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ବୋହୂ ରୋନାଲି ଆଣିଛନ୍ତି ଯୌତୁକ ନିର୍ୟାତନା ଅଭିଯୋଗ । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ପତ୍ନୀ ହେଉଛନ୍ତି ରୋନାଲି । ବାଙ୍କୀ ଥାନାରେ ଯୌତୁକ ନିର୍ୟାତନା ଅଭିଯୋଗ ଆଣିଛନ୍ତି ରୋନାଲି ।

ଏତଲାରେ ଶଶୀଭୂଷଣ ବେହେରାଙ୍କ ପରିବାର ନାଁରେ ଅଭିଯୋଗ ରହିଛି । ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ୟାତନା ପାଇଥିବା ଅଭିଯୋଗ ଆଣିଛନ୍ତି । ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିିଛନ୍ତି ।

ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ୟ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି ।