କେମିତି ଜାଣିବେ ମାଟ୍ରିକ ରେଜଲ୍ଟ ?
ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଷ୍ଟେଟ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବ। ୧୮ ତାରିଖ ଦିନ ୧୦ଟା ବେଳେ ପ୍ରକାଶ ପାଇବ ଫଳାଫଳ। ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ। ୱେବ୍ସାଇଟକୁ ଯାଇ କିମ୍ବା ଏସଏମଏସ କରି ରେଜଲ୍ଟ ଜାଣି ପାରିବେ। www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। SMS ମାଧ୍ୟମରେ ମଧ୍ୟ ନିଜ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । OR ସ୍ପେସ୍ ରୋଲ ନଂ ଲେଖି ୫୬୭୬୭୫୦କୁ SMS କରି ରେଜଲ୍ଟ ଜାଣିପାରିବେ ।
ରେଜଲ୍ଟ ଜନିତ ଅସୁବିଧା ଥିଲେ, କଣ୍ଟ୍ରୋଲ ରୁମ୍କୁ କଲ୍ କରି ଅଭିଯୋଗ କରିବେ। ଏନେଇ ଆଜି କଟକ ବୋର୍ଡ କାର୍ୟ୍ୟାଳୟରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍ ରେଗୁଲାର, ଏକ୍ସରେଗୁଲାର ସହ ଏସ୍ଓଏସ୍ସି ଓ ମଧ୍ୟମା ପରୀକ୍ଷା ମିଶି ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ଚାଲିଥିଲା ।




user2 