ବଡ ଖବର : ୧୮ରେ ମାଟ୍ରିକ ରେଜଲ୍ଟ

ବଡ ଖବର : ୧୮ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ୧୮ ତାରିଖ ଦିନ ୧୦ଟା ବେଳେ ପ୍ରକାଶ ପାଇବ ରେଜଲ୍ଟ । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ । ଏ ବର୍ଷ ୫ ଲକ୍ଷ ୪୧ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୧୦ରୁ ପରୀକ୍ଷା ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହୋଇଥିଲା । ସୁପରିଚାଳନା ପାଇଁ ୩୧୬ଟି ନୋଡାଲ ସେଣ୍ଟର ଓ ୩୨୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।

ଗତ ବର୍ଷ ପାସ୍ ହାର ଥିଲା ୯୦ .୫୫ ପ୍ରତିଶତ । ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍‌ ରେଗୁଲାର, ଏକ୍ସରେଗୁଲାର ସହ ଏସ୍‌ଓଏସ୍‌ସି ଓ ମଧ୍ୟମା ପରୀକ୍ଷା ମିଶି ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ୍‌ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ଚାଲିଥିଲା ।