କଂଗ୍ରେସର ରାତି ଅଧିଆ କଳ୍ପନାଜଳ୍ପନା
କଂଗ୍ରେସର ରାତି ଅଧିଆ କଳ୍ପନାଜଳ୍ପନା
admin
Mar 6, 2020 - 08:09
Updated: Mar 6, 2020 - 08:09
୨୬ ତାରିଖରେ ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ରହିଛି। ଯାହାକୁ ନେଇ ଗତକାଲି ରାତିରେ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ରହିଥିଲା । ସାରା ରାତି ଦୁଇ ଦଳର ରାଜ୍ୟ ମୁଖିଆ ଅନିଦ୍ରା ରହି ରାଜନୀତିକ ଗୋଟି ଚଳାଉଥିବା ଦେଖିବାକୁ ମିଳିଥିଲା ।
ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ‘ନିଖୋଜ’ ବିଧାୟକ ହାର୍ଦ୍ଦିକ ସିଂ ଡୁଙ୍ଗୁ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ ଜଣେ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବାସଭବନରେ ପହଞ୍ଚିଥିଲେ। ବିଜେପି ବିଦ୍ରୋହୀ ବିଧାୟକ ନାରାୟଣ ତ୍ରିପାଠୀ କମଲନାଥଙ୍କୁ ଭେଟିବାପରେ ବାଚସ୍ପତି ତ୍ରିପାଠୀ ବର୍ଚ୍ଛା କରଙ୍କୁ ମଧ୍ୟ ସେ ଭେଟିଥିଲେ। ଏହି ସମୟରେ ଚର୍ଚ୍ଚା ହେଉଥିଲା ଯେ ବିଜେପି ବିଧାୟକ ତ୍ରିପାଠୀ ଇସ୍ତଫା ଦେଇଛନ୍ତି। କିନ୍ତୁ ସେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ କମଲନାଥଙ୍କୁ ଭେଟିବାକୁ ଆସିଥିଲେ ବୋଲି କହିଥିଲେ।
ଏହାପରେ ରାତି ପ୍ରାୟ ଗୋଟାଏ ସମୟରେ ବିଜେପି ବିଧାୟକ ସଞ୍ଜୟ ପାଠକ କମଲନାଥଙ୍କ ବାସଭବନରେ ଥିବା ଦେଖିବାକୁ ମିଳିଥିଲା। ସେହିପରି କମଲନାଥ ସରକାରଙ୍କ ମନ୍ତ୍ରୀ ଗୋବିନ୍ଦ ସିଂ କହିଥିଲେ, ଦୁଇ ଜଣ ବିଧାୟକ ରାତିରେ କଂଗ୍ରେସରେ ଯୋଗଦେବେ। ଏହା ପରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଦ୍ୱିତୀୟ ବିଜେପି ବିଧାୟକ ଭାବରେ ଶରଦ କୋଲ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାପଡ଼ିଛି।