ସନାତନ ଧର୍ମକୁ କୁଷ୍ଠ , ଏଚ୍‌.ଆଇ.ଭି ସହ ତୁଳନା କଲେ ଏ ରାଜା

ସନାତନ ଧର୍ମକୁ କୁଷ୍ଠ , ଏଚ୍‌.ଆଇ.ଭି ସହ ତୁଳନା କଲେ ଏ ରାଜା

ନୂଆଦିଲ୍ଲୀ: ସନାତନ ଧର୍ମ ବିରୁଦ୍ଧରେ ଘୃଣା ଭାଷଣ ଦେବା ପ୍ରକ୍ରିୟା ବନ୍ଦ ହେଉନାହିଁ । ତାମିଲନାଡୁର ଶାସକ ଦଳ ଦ୍ରାବିଡା ମୁନ୍‌ନେଟ୍ରା କାଜଗାମ (ଡିଏମକେ) ର ଉଦୟାନିଧି ଷ୍ଟାଲିନଙ୍କ ପରେ ଡିଏମକେର ଏ ରାଜା ସନାତନ ଧର୍ମକୁ ଅପମାନିତ କରିଛନ୍ତି ଏବଂ ଏହାକୁ ଏଚ୍‌ଆଇଭି ସହିତ ତୁଳନା କରିଛନ୍ତି ।  ଏ ରାଜା କହିଛନ୍ତି- 'ସନାତନ ଧର୍ମ ଏକ ସାମାଜିକ ରୋଗ । କୁଷ୍ଠରୋଗ ଏବଂ ଏଚ୍‌.ଆଇ.ଭି ଅପେକ୍ଷା ଏହା ଅଧିକ ମାରାତ୍ମକ ଅଟେ ।

ଗତ ସପ୍ତାହରେ ଶନିବାର ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା ଡିଏମକେ ସିଏମ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନ ସନାତନଙ୍କ ରଦ୍ଦ ବିଷୟରେ କହିଥିଲେ । ଯାହା ପରେ ଏହି ବିବୃତ୍ତି ସାରା ଦେଶରେ ସମାଲୋଚିତ ହୋଇଥିଲା । ବିଜେପି ନେତା ଅମିତ ମାଲଭିଆ ଟ୍ୱିଟ୍‌ କରି ଏହି ବିବୃତ୍ତିକୁ ସମାଲୋଚନା କରିଛନ୍ତି ।