ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପାରିମାଣିକ ଦର୍ଶନ

ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପାରିମାଣିକ ଦର୍ଶନ

ଭୁବନେଶ୍ୱର : ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ଭିଆଇପି ଦର୍ଶନ। ପୂର୍ବରୁ ଇଚ୍ଛୁକ ଭକ୍ତମାନେ ଟିକେଟ୍‌ କାଟି ପରିମାଣିକ ଦର୍ଶନ କରୁଥିଲେ। ଲାଗୁ ହେବ  ପରିମାଣିକ ଦର୍ଶନ ବ୍ୟବସ୍ଥା।  ଆଜି ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ଏହି ନିଷ୍ପତ୍ତି ନେଇଛି। ହାଇକୋର୍ଟଙ୍କ ଆଦେଶକ୍ରମେ ୨୦୧୬ ମସିହାରୁ ଗର୍ଭଗୃହ ଓ ପରିମାଣିକ ଦର୍ଶନ ବନ୍ଦ ରହିଥିଲା। ୭ ବର୍ଷ ପରେ ପୁଣିଥରେ ଏହାକୁ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛି ମନ୍ଦିର ପ୍ରଶାସନ। ତେବେ ବନ୍ଦର କିଛି ବର୍ଷ ପରେ ପୁନର୍ବାର ଶ୍ରୀମନ୍ଦିର ପ୍ରଶାସନ ପରିମାଣିକ ଟିକେଟ୍‌ ଲାଗୁ କରିବାକୁ ଯୋଜନା କରିଥିଲା। ପରିମାଣିକ ଟିକେଟ୍‌ ୬୫ପ୍ରତିଶତ ଅନ୍‌ଲାଇନ୍‌ରେ, ୩୦ ପ୍ରତିଶତ ଅଫ୍‌ଲାଇନ୍‌ରେ ବୁକିଂ କରିବାକୁ ଯୋଜନା କରାଯାଇଥିଲା। ବଳକା ୫ ପ୍ରତିଶତ ଭିଆଇପିଙ୍କ ପାଇଁ ସଂରକ୍ଷିତ ରଖିବାକୁ ଯୋଜନା ହୋଇଥିଲା। କିନ୍ତୁ ଭକ୍ତଙ୍କ ଦୃଢ଼ ବିରୋଧ ପରେ ୭ବର୍ଷ ହେଲାଣି ଏହି ବ୍ୟବସ୍ଥା ବନ୍ଦ ରହିଥିଲା।  ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ସ୍ବତନ୍ତ୍ର ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର) ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ।