ମୁହଁ ଖୋଲିଲେ ସୌମ୍ୟ:ଦଳର ମୁଖ୍ୟ ତ ମୋତେ କିଛି କହିନାହାନ୍ତି

ମୁହଁ ଖୋଲିଲେ ସୌମ୍ୟ:ଦଳର ମୁଖ୍ୟ ତ ମୋତେ କିଛି କହିନାହାନ୍ତି

ଭୁବନେଶ୍ୱର : ବିଜେଡିର ବରିଷ୍ଠ ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ‘ଜନ୍ମଦିନ ଅନୁଚିନ୍ତା’ ଶୀର୍ଷକ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଥିବାବେଳେ  ଆଲେଖ୍ୟ ପ୍ରକାଶନର ଦିନକ ପରେ ଲେଖା ନେଇ ମୁହଁ ଖୋଲିଲେ ସୌମ୍ୟ  । ଯେଉଁ ମାନେ ଚର୍ଚ୍ଚ। କରୁଛନ୍ତି , ସେମାନେ ବୋଧେ ପଢିନାହାନ୍ତି ବୋଲି କହିଲେ ସୌମ୍ୟ ।  ଆଲେଖ୍ୟରେ ବୃତ୍ତି ,ପାର୍ଟି ଓ ମାଟି ବିଷୟରେ କୁହାଯାଇଛି ବୋଲି କହିଲେ ସୌମ୍ୟ ।  ଆମ ସମସ୍ତଙ୍କ ପାଇଁ ବୃତ୍ତି ଓ ମାଟି ଗୁରୁତ୍ଵପୂର୍ଣ୍ଣ ହେବ ଦରକାର ।  ପାଠକ ମାନଙ୍କ ସ୍ୱାଭିମାନ ପାଇଁ ସୌମ୍ୟାଙ୍କ ପାର୍ଟି ବନ୍ଧା ପଡିଲେ ଆପତ୍ତି ନାହିଁ  ।  ପାର୍ଟି ପାଇଁ ମାଟି କୁ ଭୁଲିଯିବା କୌଣସି ବୁଦ୍ଧିମନ ବ୍ୟକ୍ତିର କାମ ନୁହେଁ ।  ମୋ ଲେଖା ନେଇ ଦଳର ମୁଖ୍ୟ ତ ମୋତେ କିଛି କହିନାହାନ୍ତି ବୋଲି କହିଲେ ସୌମ୍ୟ ।

ସୂଚନାଯୋଗ୍ୟ, ଶ୍ରୀ ପଟ୍ଟନାୟକ ନିଜ ଲେଖା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଜିଲ୍ଲା ଗସ୍ତର ଆବଶ୍ୟକତା ଓ ଏଥିପାଇଁ ୩୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରିବା ସହ କଡ଼ା ସମାଲୋଚନା କରିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ସୌମ୍ୟ ପଟ୍ଟନାୟକ ଠିକ୍ କଥା କହିଛନ୍ତି । ଆଗ ମାଟି ତା’ପରେ ପାର୍ଟି । ପୂର୍ବରୁ ସେ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗ ଉଠାଇଥିଲେ । ସଚିବଙ୍କ ଗସ୍ତବେଳେ ରାଜ୍ୟ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହେଉଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଲୋକଙ୍କୁ ଖାଇବାକୁ ଦିଆଯାଉଛି, ଗାଡ଼ିରେ ସଭାସ୍ଥଳକୁ ଅଣାଯାଉଛି ଏପରିକି ଜିଲ୍ଲା ବାହାରର ଲୋକଙ୍କୁ ମଧ୍ୟ କାର୍ୟ୍ୟକ୍ରମ ସ୍ଥଳକୁ ଅଣାଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।