ମହଙ୍ଗା ହେବ ସେଓ
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇ ବନ୍ୟା ଏବଂ ଭୂସ୍କଳନରେ ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହୋଇଛି । ତେବେ ଏହା ସହ ସେଓ ଚାଷ କାର୍ଯ୍ୟ ହେଉଥିବା ଅଂଚଳ ଗୁଡିକ ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ଭୂସ୍କଳନରେ ଶିମଲା, କୁଲୁ-ମନାଲି ଏବଂ ଜମ୍ମୁ କାଶ୍ମୀର ପରି ଅଂଚଳରେ ପରିବହନର ସମସ୍ୟା ଦେଖ।।ଦେଇଛି । ଅନେକ ସଂଖ୍ୟକ ସେଓ ବୋଝେଇ ଟ୍ରକ ମଧ୍ୟ ଫସି ରହିଛନ୍ତି । ଯାହା ଲାଗି ସେଓ ଦର ବୃଦ୍ଧି ହେବ । ଆଗରୁ ସେଓ କିଲୋ ପିଛା ୧୨୦ଟଙ୍କା ଥିବାବେଳେ ଏବେ ୨୦୦ ଟଙ୍କାରେ ବିକ୍ରି କରାଯାଉଛି । ଯାହା ପାଇଁ କମ୍ ଲୋକ ସେଓ କିଣୁଛନ୍ତି । ତେବେ ଆଗରୁ ୨୫ରୁ ୨୬ କେଜି ଥିବା ସେଓ ପେଟିର ମୂଲ୍ୟ ୨୮୦୦ ଥିଲା ବେଳେ ଏବେ ଏହା ୩୫୦୦ ଟଙ୍କାରେ ବିକ୍ରି ହେଉଛି । ଯଦି ଯୋଗାଣ ସ୍ଥିତିରେ ସୁଧାର ନ ଆସେ ତେବେ ଆଗକୁ ଆସୁଥିବା ପ୍ରାବଣରେ ମଧ୍ୟ ସେଓ ଦର ବଢିବାର ଆଶଙ୍କା ରହିଛି ।