ଆଜି କେନ୍ଦ୍ର ବଜେଟ୍

ଆଜି କେନ୍ଦ୍ର ବଜେଟ୍

ଆଜି କେନ୍ଦ୍ର ବଜେଟ୍
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ଦେଶର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଦ୍ୱିତୀୟବାର କ୍ଷମତାକୁ ଆସିବା ପରେ ମୋଦି ସରକାରଙ୍କର ଏହା ହେଉଛି ପ୍ରଥମ ବଜେଟ । ମୋଦି ସରକାର ଚଳିତ ବର୍ଷ ଫେବୁଆରୀ ପହିଲାରେ ଅନ୍ତରୀଣ ବଜେଯ ଆଗତ କରିଥିଲେ । ମୋଦି ସରକାର ପୂର୍ବାପେକ୍ଷା ଅଧିକ ଆସନ ପାଇ ସରକାର ଗଠନ କରିଥିବାରୁ ବଜେଟରୁ ଜନସାଧାରଣ ଅନେକ କିଛି ଆଶା ରଖିଛନ୍ତି । ତେଣୁ ନିର୍ମଳା ସୀତାରମଣଙ୍କ ବଜେଯ ପେଡି ଉପରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବେତନ ଭୋଗୀ, ବ୍ୟବସାୟୀ, ବରିଷ୍ଠ ନାଗରିକଙ୍କ ନଜର ରହିଛି । ଅନ୍ୟପକ୍ଷରେ ଅନ୍ତରୀଣ ବଜେଟକୁ ମିଶାଇଲେ ଏହା ହେଉଛି ଦେଶର ୮୯ତମ ବଜେଟ । ସାଧାରଣ କେନ୍ଦ୍ର ବଜେଟ ଉପସ୍ଥାପନର ସମୟସୀମା ୯୦ରୁ ୧୨୦ ମିନିଟ ମଧ୍ୟରେ ରହିଥାଏ । ଚଳିତଥର ବଜେଟରେ ମଧ୍ୟ ସମାନ ଅବଧି ଆଶା କରାଯାଇଛି ।