ସୌମ୍ୟଙ୍କ ଲେଖାକୁ ବ୍ୟକ୍ତିଗତ ମତ କହିଲେ ବିଧାୟକ ଅରବିନ୍ଦ ଢ଼ାଲି

ସୌମ୍ୟଙ୍କ ଲେଖାକୁ ବ୍ୟକ୍ତିଗତ ମତ କହିଲେ ବିଧାୟକ ଅରବିନ୍ଦ ଢ଼ାଲି

ଭୁବନେଶ୍ୱର : ବିଜେଡିର ବରିଷ୍ଠ ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ‘ଜନ୍ମଦିନ ଅନୁଚିନ୍ତା’ ଶୀର୍ଷକ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଥିବାବେଳେ ସୌମ୍ୟଙ୍କ ଲେଖାକୁ ବ୍ୟକ୍ତିଗତ ମତ କହିଲେ ବିଧାୟକ ଅରବିନ୍ଦ ଢ଼ାଲି  ।

ଦଲାଲ ମାନେ ନୁହଁନ୍ତି , ରାଜନୈତିକ ଲୋକ ହିଁ ରାଜନୀତି କରୁଛନ୍ତି  ।  କେଉଁ ଟିମ ଓଡିଶା କୁ ଚଳାଉନାହାନ୍ତି, ଓଡିଶା ଠିକଠାକ ଚାଲିଛି  ।  ସୌମ୍ୟଙ୍କ ମାନ୍ତବ୍ୟ ଦଳ ପାଇଁ ଅଡୁଆ ହେବାର ପ୍ରଶ୍ନ ଉଠୁନି ବୋଲି କହିଲେ ଅରବିନ୍ଦ ଢ଼ାଲି କହିଛନ୍ତି  ।

ସୂଚନାଯୋଗ୍ୟ, ଶ୍ରୀ ପଟ୍ଟନାୟକ ନିଜ ଲେଖା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଜିଲ୍ଲା ଗସ୍ତର ଆବଶ୍ୟକତା ଓ ଏଥିପାଇଁ ୩୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରିବା ସହ କଡ଼ା ସମାଲୋଚନା କରିଛନ୍ତି ।