SCB ମେଡିକାଲ ପ୍ରସଙ୍ଗ: ଉଚ୍ଛେଦ ପୂର୍ବରୁ ଆରମ୍ଭ ହେଲା ସଚେତନତା

SCB ମେଡିକାଲ ପ୍ରସଙ୍ଗ: ଉଚ୍ଛେଦ ପୂର୍ବରୁ ଆରମ୍ଭ ହେଲା ସଚେତନତା

SCB ମେଡିକାଲ ପ୍ରସଙ୍ଗ: ଉଚ୍ଛେଦ ପୂର୍ବରୁ ଆରମ୍ଭ ହେଲା ସଚେତନତା
କଟକ ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ଆଜିଠୁ ସଚେତନତା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ସଚେତନତା ପାଇଁ ଜିଲ୍ଲାପାଳ ଓ ସିଏମସି କମିଶନର ବିସ୍ଥାପିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆସନ୍ତା ଏକ ସପ୍ତାହ ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରୁ ବଡ଼ ମେଡିକାଲ ନବୀକରଣ ପ୍ରକ୍ରିୟା ଆରମ୍ଭ କରାଯିବ । ତେଣୁ ବିଭିନ୍ନ ସରକାରୀ ଓ ବେସରକାରୀ ଜାଗା ଚିହ୍ନଟ କରାଯାଉଛି । ଜାଗା ଖାଲି କରିବାକୁ ଆଜି ଲୋକଙ୍କୁ ଅବଗତ କରାଯିବ । କ୍ଷତିପୂରଣ ପାଇଁ ଲୋକେ ଉଗଉକୁ ଦରଖାସ୍ତ ଦେବେ । ଏହି ଉଚ୍ଛେଦ ପ୍ରକ୍ରିୟାରେ ପ୍ରାୟ ୩୦୦ରୁ ଅଧିକ ପରିବାର ବିସ୍ଥାପିତ ହେବେ । ବିସ୍ଥାପିତଙ୍କ ପାଇଁ କଟକରେ ବିଭିନ୍ନ ଜାଗା ଚିହ୍ନଟ କରାଯାଉଛି । ଯାହାର ଯାହା ସମସ୍ୟା ଅଛି ଜଣାଇବାକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ପ୍ରତିକ୍ରିୟା ଦେଇଛନ୍ତି ।