କରୋନା ଭାଇରସ୍ ଆତଙ୍କ, ଭୁବନେଶ୍ୱର ବିମାନବନ୍ଦରରେ ଆରମ୍ଭ ହେଲା ଯାଂଚ

କରୋନା ଭାଇରସ୍ ଆତଙ୍କ, ଭୁବନେଶ୍ୱର ବିମାନବନ୍ଦରରେ ଆରମ୍ଭ ହେଲା ଯାଂଚ

କରୋନା ଭାଇରସ୍ ଆତଙ୍କ, ଭୁବନେଶ୍ୱର ବିମାନବନ୍ଦରରେ ଆରମ୍ଭ ହେଲା ଯାଂଚ
ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ ନେଇ ଏବେ ଆମ ଦେଶ ଭାରତରେ ମଧ୍ୟ ଆତଙ୍କ ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇନଥିଲେ ମଧ୍ୟ । ସାରା ବିଶ୍ୱରେ ଦେଖାଦେଇଥିବା ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଓ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଲେଣି । ଚୀନରୁ ଆସୁଥିବା ବିମାନର ଯାତ୍ରୀ ମାନଙ୍କୁ ଥର୍ମାଲ ସ୍କାନିଂ କରାଯାଇ ପରୀକ୍ଷା କରାଯାଉଛି ଯେ ସେମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ । ସେହିପରି କରୋନା ଭାଇରସକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଆରମ୍ଭ କରିସାରିଲେଣି ପ୍ରସ୍ତୁତି । ଗତକାଲି ରାଜ୍ୟର ପ୍ରମୁଖ ମେଡିକାଲ ମାନଙ୍କରେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମଧ୍ୟ ଆରମ୍ଭ ହୋଇଛି ଯାଞ୍ଚ । କ୍ୟାପିଟାଲ ହସପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ଟିମ କରାଯାଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାହାରୁ ଆସୁଥିବା ଯାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରୁଥିବା ନେଇ ଜଣାପଡିଛି ।