ସରୋଜ ସାମଲ ନୂଆ I & PR ନିର୍ଦ୍ଦେଶକ

ସରୋଜ ସାମଲ ନୂଆ I & PR ନିର୍ଦ୍ଦେଶକ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ(I & PR) ନିର୍ଦ୍ଦେଶକ ଭାବେ ସରୋଜ କୁମାର ସାମଲଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଏହି ପଦବୀକୁ ରାଜ୍ୟର ଆଇଏଏସ୍ କ୍ୟାଡର୍ ତାଲିକାରେ ଥିବା ଯୁଗ୍ମ ସଚିବ ପଦବୀ ସମକକ୍ଷ କରାଯାଇଛି ।ଝାରସୁଗୁଡ଼ା ଜିଲ୍ଲାପାଳ ଥିବା ଶ୍ରୀ ସାମଲଙ୍କୁ ନିକଟରେ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିଲା । ଝାରସୁଗୁଡ଼ା ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଗତ ୬ ତାରିଖରେ ରାଜ୍ୟ ସରକାର ତାଙ୍କୁ ଜିଲ୍ଲାପାଳ ଦାୟିତ୍ୱରୁ ହଟାଇ ଦେଇଥିଲେ । ତାଙ୍କ ଜାଗାରେ ଅବୋଲି ସୁନିଲ ନର୍ବାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିଲେ ।

ସୂଚନା ଓ ଲୋକସମ୍ପର୍କ ବିଭାଗର ଏବେକାର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ପୂର୍ବଭଳି SCSTRTI ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି ।