ସମ୍ୱିତ ପାତ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୟାଗଡ଼,୧୮/୪: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତର ଜାମୁଗଣ୍ଡ ଗାଁରେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ମୋବାଇଲ ନେଟୱାର୍କ ନାହିଁ। ଯାହାଫଳରେ ସେଠାକାର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋରୋନା ସମୟରେ ଛୋଟ ପିଲା ଭିଜୁଆଲ ମାଧ୍ୟମରେ ପାଠ ପଢିବା ପାଇଁ ବହୁତ୍ ଅସୁବିଧାର ସମ୍ମୁଖିନ ହେଇଥିବା ବେଳେ ଅନେକ ସମୟରେ ରୋଗୀ ପାଇଁ ଆମ୍ବୁଲାନ୍ସକୁ ମଧ୍ୟ ଡାକିବା ସମ୍ଭବ ହେଇପାରେନି। ତେଣୁ ଏହି ପଞ୍ଚାୟତରେ ଏକ ମୋବାଇଲ ନେଟୱାର୍କ ଟାୱାର ପ୍ରତିଷ୍ଠା କରିବାକୁ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରୟାସ କରିଥିଲେ, ଯେଉଁଥିରେ ସେ ସଫଳ ହାସଲ କରିଛନ୍ତି । ଏନେଇ ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ୧୦ ଏପ୍ରିଲରେ ଦିଲ୍ଲୀରେ ଭେଟି ଏକ ଦାବିପତ୍ର ଦେଇଥିଲେ ଓ ଯଥାଶୀଘ୍ର ଜାମୁଗଣ୍ଡରେ ଏକ ମୋବାଇଲ ନେଟୱାର୍କ ଟାୱାର ପ୍ରତିଷ୍ଠା କରିବାକୁ ସେ ଅନୁରୋଧ କରିଥିଲେ । ମନ୍ତ୍ରୀ ଏହି ପତ୍ର ଗ୍ରହଣ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଜାମୁଗଣ୍ଡ ଗାଁରେ ମୋବାଇଲ ନେଟୱାର୍କ ଟାୱାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି, ଯାହାକୁ ସେ ପତ୍ର ମାଧ୍ୟମରେ ସେ ସମ୍ବିତ ପାତ୍ରଙ୍କୁ ଜଣାଇଛନ୍ତି । ଏହି ଖବର ଜାମୁଗଣ୍ଡ ଗାଁରେ ପ୍ରସାରିତ ହେବା ପରେ ଗ୍ରାମବାସୀ ଏକ ସଭାର ଆୟାଜନ କରି ଗାଁରେ ସମ୍ବିତ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ନୟାଗଡ଼ ଜିଲ୍ଲାର ବନ୍ଧମୁଣ୍ଡା ପଞ୍ଚାୟତର ଜାମୁଗଣ୍ଡ ଗାଁରେ ହଜାର ଲୋକ ବସବାସ କରନ୍ତି । ଗାଁରେ ମୋବାଇଲ ନେଟୱାର୍କ ଆସେନି, ଆଖ ପାଖ ଅଂଚଳରେ ଟାୱାର ନାହିଁ । ଗାଁରେ ଆବଶ୍ୟକ ସମୟରେ ରୋଗୀ ପାଇଁ ଆମ୍ବୁଲାନ୍ସ ଡାକିବା ପାଇଁ ବହୁତ୍ ଅସୁବିଧାର ସମ୍ମଖୀନ ହୁଅନ୍ତି,ଦୂରରେ ରହୁଥିବା ବନ୍ଧୁ ବାନ୍ଧବ ସହିତ କଥା ହେବା ପ୍ରାୟ ଅସମ୍ଭବ, କୋରୋନ ସମୟରେ ଗାଁର ଛୁଆମାନେ ପାଠ ପଢ଼ି ପାରିନଥିଲେ । ନିକଟରେ ଶ୍ରୀ ପାତ୍ର ଏହି ଅଞ୍ଚଳ ବୁଲିବାକୁ ଯାଇଥିଲେ । ଏହି ସମୟରେ ସେଠାକାର ଲୋକମାନେ ବିଭିନ୍ନ ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ଗାଁରେ ଏକ ମୋବାଇଲ ନେଟୱାର୍କ ଟାୱାର ପ୍ରତିଷ୍ଠା କରିବା ପାଇଁ ଶ୍ରୀ ପାତ୍ରଙ୍କୁ ଅନୁରୋଧ କରିଥିଲେ । ଯେଉଁଥିପାଇଁ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଏହି ଅସୁବିଧା ସମ୍ପର୍କରେ ଜଣେଇ ଥିଲେ ଓ କେନ୍ଦ୍ର ମନ୍ତ୍ରୀ ସମ୍ବିତ ପାତ୍ରଙ୍କ ଅନୁରୋଧ ରକ୍ଷା କରି ଜାମୁଗଣ୍ଡ ଗାଁରେ ମୋବାଇଲ ନେଟୱାର୍କ ଟାୱାର ପ୍ରତିଷ୍ଠା ପାଇଁ ନିଷ୍ପତି ନେଇ ବିଭାଗୀୟ କର୍ଯ୍ୟ ଆରମ୍ଭ କରିଛନ୍ତି ।




admin 