RSPରେ ଗ୍ୟାସ୍ ଲିକ୍ : ୨ ମୃତ

RSPରେ ଗ୍ୟାସ୍ ଲିକ୍ : ୨ ମୃତ

RSPରେ ଗ୍ୟାସ୍ ଲିକ୍ : ୨ ମୃତ
ଭୁବନେଶ୍ୱର:ରାଉକେଲାରେ ଷ୍ଟିଲ ପ୍ଲାଂଟରେ ବିଷାକ୍ତ ଗ୍ୟାସ ଲିକ୍ ଘଟଣା । ଆଇଜିଏଚ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ୨ ଶ୍ରମିକ ମୃତୁ୍ୟବରଣ କରିଛନ୍ତି । ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୪ ଜଣ ଗୁରୁତର ହୋଇଥିଲେ । ଅନ୍ୟ ୨ ଗୁରୁତର ଶ୍ରମିକଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି ।୧୦ରୁ ଅଧିକ ଅସୁସ୍ଥ କର୍ମଚାରୀଙ୍କୁ ଆଇଜିଏଚରେ ଭର୍ତି କରାଯାଇଛି । କୋଲ କେମିକାଲ ଡିପାର୍ଟମେଂଟରେ ଅଘଟଣ ଘଟିଛି । ଅପରପକ୍ଷରେ ଚିକିସôାଧିନ ଥିବା ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି, କେଉଁ ଅଧିକାରୀଙ୍କ ଅବହେଳା କାରଣରୁ ଏପରି ଲିକ ହୋଇଛି ପୋଲିସ ପ୍ଲାଂଟରେ ଯାଇ ତନାଘନା ଆରମ୍ଭ କରିଛି । ଏଭଳି ଗ୍ୟାସ ଲିକ କାରଣରୁ ପ୍ଲାଂଟ ନିକଟରେ ରହୁଥିବା ଅଧିବାସୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।