ଲିଙ୍ଗରାଜରେ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି

ଲିଙ୍ଗରାଜରେ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି

ଲିଙ୍ଗରାଜରେ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି
ଭୁବନେଶ୍ୱର:ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି । ଭୁବନେଶ୍ୱର ମହାନଗର ନିଗମ ଶ୍ରଦ୍ଧାଳୁଙ୍କ ବୟସ କଟକଣା ଉଠାଇ ଦେଇଛନ୍ତି । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରହିଛି । ରିପୋର୍ଟ ନେଗେଟିଭ୍ ଆସିଲେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି । ପୂର୍ବରୁ ୬୫ରୁ ବର୍ଷରୁ ଉଦ୍ଧ୍ୱର୍ ଓ ୧୦ ବର୍ଷର କମ୍ ଶ୍ରଦ୍ଧାଳୁଙ୍କୁ ବାରଣ ଥିଲା । ରିପୋର୍ଟ ଆଣି ନ ଥିଲେ ମନ୍ଦିର ପକ୍ଷରୁ ମାଗଣା ଟେଷ୍ଟ ବ୍ୟବସ୍ଥା ରହିଛି । ସୂଚନାଯୋଗ୍ୟଯେ, ଲିଙ୍ଗରାଜ ମନ୍ଦିର, ଏହାର ସମ୍ପତି ଓ ପରିସର ମଧ୍ୟରେ ଏବଂ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟାପାରର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରିବା ନିମନ୍ତେ ଏକ ଅଧ୍ୟାଦେଶକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାଦ୍ୱାରା ମନ୍ଦିରର କାର୍ଯ୍ୟଗୁଡ଼ିକର ଉତର ଓ ସଠିକ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଏବଂ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ହେବ । ଏହା ମଧ୍ୟ ମନ୍ଦିରର ସମ୍ପତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ । ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବେ ବ୍ୟବସ୍ଥା କରାଯାଇଛି । ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟିତ୍ୱ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତିର ସୁରକ୍ଷା ଏବଂ ପରିଚାଳନା, ସେବକମାନଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠି ଗଠନ ଓ ପରିଚାଳନା ଇତ୍ୟାଦି ବ୍ୟବସ୍ଥା ହୋଇଛି । ଏତଦବ୍ୟତୀତ ନିକଟ ଅତୀତରେ ଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ମନସ୍ଥ କରିଛନ୍ତି ଯାହାକି ଅଗ୍ରାଧିକାର ଭିତିରେ କରାଯିବା ଆବଶ୍ୟକ । ଯେହେତୁ ବିଧାନସଭା ବର୍ତମାନ ମୁଲତବୀ ହୋଇଅଛି, ତେଣୁ ଏହି ଅଧ୍ୟାଦେଶ ଜରିଆରେ ଏହି ନୂତନ ଆଇନର ବ୍ୟବସ୍ଥା କରାଯାଇଛି ।