ପୋଡିଗଲା ୬ ବଖରା ଘର

ପୋଡିଗଲା ୬ ବଖରା ଘର

ପୋଡିଗଲା ୬ ବଖରା ଘର
ହାଟଡ଼ିହୀ : କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ବ୍ଲକ ସମଣା ପଞ୍ଚାୟତ ର ତେଲିଶିଙ୍ଗା ହରିଜନ ସାହିରେ ମଙ୍ଗଳବାର ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି କୃଷ୍ଣଚନ୍ଦ୍ର ଜେନାଙ୍କ ୬ ବଖରା ଘର ପୋଡି ଯାଇଛି । ଘର ର ସମସ୍ତ ଜିନିଷପତ୍ର, ଘରେ ଥିବା ନଗଦ ପନ୍ଦର ହଜାର ଟଙ୍କା ଓ ସରକାରୀ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ ରୁ ନିଆଁ ଲାଗି ଏପରି ଅଗ୍ନିକାଣ୍ଡ ଘଟିଥିଲା କ୍ଷ ହାଟଡି଼ହୀ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି । ତୁରନ୍ତ ଉକ୍ତ ପରିବାର କୁ ସରକାରୀ ସାହାଯ୍ୟ, ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।