ଏଟିଏମ୍ ଲୁଟ୍

ଏଟିଏମ୍ ଲୁଟ୍

ରାୟଗଡା: ରାୟଗଡାରେ ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦଲି ଥାନା ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ରୁ ଲୁଟ୍ ଅଭିଯୋଗ ହୋଇଛି । ଘଟଣାରୁ ଜଣାପଡୁଛି ଯେ ଲୁଟେରାମାନେ ମେସିନ ଭାଙ୍ଗି ଟଙ୍କା ନେଇ ଯାଇଥିବା ଜଣାପଡିଛି । ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।