ଭାଗ୍ୟ ଚମକାଇବ ମୟୁରପୁଚ୍ଛ

ଭାଗ୍ୟ ଚମକାଇବ ମୟୁରପୁଚ୍ଛ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭାଗ୍ୟ ଚମକାଇବ ମୟୂରପୁଚ୍ଛ ଗଛ ।

ଏହାକୁ ଆପଣ ଘରର ଉତ୍ତର ଦିଗରେ ଲଗାଇବା ଶୁଭ ହୋଇଥାଏ । ତା'ଛଡା ଏହାକୁ ଘରର ମୁଖ୍ୟ ଦ୍ୱାରରେ ମଧ୍ୟ ଲଗାଇ ପାରିବେ । ଫଳରେ ନକରାତ୍ମକ ଶକ୍ତି ଦୂର ହେବା ସହିତ ସୁଖ- ସମୃଦ୍ଧି ବୃଦ୍ଧି ଘଟିଥାଏ । ଯଦି ବି ଏହି ଗଛ ଲଗାଉଛନ୍ତି ଗୋଟିଏ ନୁହେଁ ବରଂ ଦୁଇଟି ଗଛ ଲଗାନ୍ତୁ । ଏହାଦ୍ୱାରା ବୈବାହିକ ଜୀବନରେ ସୁଖ- ଶାନ୍ତି ବିରାଜମାନ କରିଥାଏ ।

ଏହି ଗଛରେ ଲକ୍ଷ୍ମୀ ଓ ସରସ୍ୱତୀ ଉଭୟ ବାସ କରନ୍ତି । ତେଣୁ ଏହାକୁ କେବେ ବି ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ । ଯଦି ଗଛର କୌଣସି ପତ୍ର ଶୁଖି ଯାଉଛି ତେବେ ଗଛରୁ କାଟି ବାହାର କରି ଦିଅନ୍ତୁ ।

ଏହାକୁ ପୁସ୍ତକରେ ରଖିବା ଦ୍ୱାରା ପାଠପଢ଼ାରେ ଏକାଗ୍ରତା ବୃଦ୍ଧି ହେବା ସହିତ ପାଠ ଭଲହୁଏ ବୋଲି କୁହାଯାଏ ।