ଏସବୁ ଏକାଠି ଖୁଆଇବା ମନା
ଏହିସବୁ ଖାଦ୍ୟ ଏକାଠି ଖାଉଛନ୍ତି କି? ତାହେଲେ ସାବଧାନ ।
କ୍ଷୀର ସହିତ ମାଛ ଏକାଠି ଆଦୌ ଖାଇବା ଠିକ୍ ନୁହେଁ । କାରଣ ଆୟୁର୍ବେଦ ଅନୁଯାୟୀ କ୍ଷୀରର ଗୁଣ ଥଣ୍ଡା ହୋଇଥିବା ବେଳେ ମାଛ ଗରମ । ତେଣୁ ଏହି ଦୁଇ ଖାଦ୍ୟ ଏକାଠି ଖାଇଲେ ହଜମ କ୍ରିୟା ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ ।
ଚିଜ୍ଯୁକ୍ତ ଖାଦ୍ୟ ସହ କୋଲ୍ଡ ଡ୍ରିଙ୍କସ ପିଇଲେ ବଦହଜମି, ପେଟରେ ଯନ୍ତ୍ରଣା, ଏସିଡିଟି ଭଳି ବିଭିନ୍ନ ପେଟ ସମସ୍ୟା ଦେଖାଦେଇଥାଏ ।
ରନ୍ଧାଖାଦ୍ୟ ସହ ଫଳ ଖାଇବେ ନାହିଁ । କାହିଁକିନା ଫଳ ଖୁବ୍ଶୀଘ୍ର ହଜମ ହୋଇଯାଉଥିବା ବେଳେ ରନ୍ଧାଖାଦ୍ୟ ହଜମ ହେବାକୁ ସମୟ ଲାଗିଥାଏ । ଖାଦ୍ୟ ଏକାଠି ହଜମ ହୋଇ ନ ପାରିବା କାରଣରୁ ଏସିଡିଟି ଏବଂ ଅନ୍ୟ ସମସ୍ୟା ଉପୁଜିଥାଏ ।
କ୍ଷୀର ସହିତ ତୁଳସୀପତ୍ର ମିଶାଇ ପିଇଲେ ତୁଳସୀର ଗୁଣବତ୍ତା ହ୍ରାସ ହୋଇଥାଏ । ସେହିପରି କ୍ଷୀର ପାଇଁ ପେଟ ସମସ୍ୟା ଉପୁଜିଥାଏ ।




admin 