ଆଶ୍ଚର୍ଯ୍ୟ, କୂଅ ଦିଏ ମୃତ୍ୟୁର ଭବିଷ୍ୟବାଣୀ

ଆଶ୍ଚର୍ଯ୍ୟ, କୂଅ  ଦିଏ ମୃତ୍ୟୁର ଭବିଷ୍ୟବାଣୀ

ବାରଣାସୀରେ ଥିବା ଏକ କୂଅ ସହ ଲୋକଙ୍କର ଅଜବ ବିଶ୍ୱାସ ଅଛି । ଏହି କୂଅ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥାଏ । ଏହି ଅଦ୍ଭୂତ କୂଅର ନାଁ ‘ଚନ୍ଦ୍ରକୂପ’ । ଏହା କାଶୀ ବିଶ୍ୱନାଥ ମନ୍ଦିର ପାଖରେ ଅଛି । ଏହି ଚନ୍ଦ୍ରକୂପକୁ ଜଣେ ଶିବଭକ୍ତ ତିଆରି କରିଥିଲେ । ଯାହାଙ୍କ ତପସ୍ୟାରେ ଖୁସି ହୋଇ ଭଗବାନ ଶିବ ଉକ୍ତ କୂଅକୁ ଆଶୀର୍ବାଦ ଦେଇଥିଲେ । ସେବେଠାରୁ ଏହି କୂଅ ଲୋକଙ୍କୁ ମୃତ୍ୟୁ ଜନିତ ଭବିଷ୍ୟବାଣୀ ଦେଉଛି । ମୃତ୍ୟୁ କେବେ ହେବ ଜାଣିବାଲାଗି ଏଠାକୁ ଆସୁଥିବା ଲୋକଙ୍କୁ କୂଅ ପାଣିକୁ ଅନାଇବାକୁ ହୁଏ । ଯଦି ଆପଣଙ୍କ ଛାଈ କୁଅ ଜଳରେ ଦେଖାଯାଏ, ତେବେ ନିକଟ ଭବିଷ୍ୟତରେ ମୃତ୍ୟୁ ହେବାର ଆଶଙ୍କା ନାହିଁ । କିନ୍ତୁ ଛାଇ ନ ଦେଖାଗଲେ ବିଶ୍ୱାସ କରାଯାଏ ସେହି ବ୍ୟକ୍ତିଙ୍କ ମୃତ୍ୟୁ ୬ମାସ ଭିତରେ ହେଇଯିବ ।