ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଡାଳିମ୍ବ

ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଡାଳିମ୍ବ

ଡାଳିମ୍ବରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ମାନସିକ ଚାପରୁ ମୁକ୍ତି ଦେବା ତଥା ତ୍ୱଚାକୁ ସୁନ୍ଦର ରଖିବାର ଚମତ୍କାରୀ ଗୁଣ ରହିଛି । ଡାଳିମ୍ବ ଖାଇଲେ ସ୍ମରଣଶକ୍ତି ବଢିଥାଏ । ଏହାକୁ ଖାଇଲେ ଗଣ୍ଠି ଫୁଲା ଜନିତ କଷ୍ଟରୁ ମୁକ୍ତି ମିଳିଥାଏ । ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ପ୍ରତିଦିନ ଡାଳିମ୍ବ ଜୁସ୍‌ ପିଇବା ଭଲ । ନିୟମିତ ଡାଳିମ୍ବ ଜୁସ୍‌ ପିଇଲେ ଉଚ୍ଚରକ୍ତ ଚାପ ସମସ୍ୟା ବି ଦୂର ହୋଇଥାଏ । ଅପରପକ୍ଷରେ ନିୟମିତ ଡାଳିମ୍ବ ଖାଇବା ଦ୍ୱାରା ପ୍ରୋଷ୍ଟେଟ୍‌, ବ୍ରେଷ୍ଟ, ଲଙ୍ଗସ୍‌ ତଥା କୋଲନ୍‌ କ୍ୟାନସର୍‌ ହେବାର ଆଶଙ୍କା କମିଯାଏ । ଏହାବାଦ୍‌ ଡାଳିମ୍ବରେ ଫାଇବର ଥିବାରୁ ଏହା ଶରୀରର ଓଜନ କମାଇବା, କୋଲେଷ୍ଟ୍ରାଲ୍‌କୁ ନିୟନ୍ତ୍ରଣରେ ରଖିବା ଏବଂ ଖାଦ୍ୟ ହଜମରେ ବି ବେଶ୍‌ ଉପକାରୀ ହୋଇଥାଏ । ଡାଳିମ୍ବ ଖାଇଲେ ଶରୀରରେ ଆଇରନ୍‌ର ମାତ୍ରା ବୃଦ୍ଧି ହୋଇଥାଏ ।