ଶିମିଳିପାଳ ଅଭୟାରଣ୍ୟରେ ଚାଲିଥିଲା ବଜ୍ରକାପ୍ତା ଡ଼ିଲ, ମାଡି ବସିଲା ପୁଲିସ

ଶିମିଳିପାଳ ଅଭୟାରଣ୍ୟରେ ଚାଲିଥିଲା ବଜ୍ରକାପ୍ତା ଡ଼ିଲ, ମାଡି ବସିଲା ପୁଲିସ

କପ୍ତିପଦା : ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଅଞ୍ଚଳରେ ଚାଲିଥିଲା ବଜ୍ରକାପ୍ତା ଡ଼ିଲ, ମାଡି ବସିଲା ପୁଲିସ ଟିମ। ବନପାଳ ସମେତ ୬ଜଣକୁ ଗିରଫ କରିଛି କପ୍ତିପଦା ଥାନା ପୁଲିସ। କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଝାଡ଼ ନିକଟରୁ ବଜ୍ରକାପ୍ତା ବିକ୍ରି ନିମନ୍ତେ ଡ଼ିଲ ଚାଲିଥିବା ନେଇ ଖବର ପାଇଥିଲା ପୁଲିସ।

ସୋମବାର ସନ୍ଧ୍ୟା ସମୟରେ ଥାନା ଅଧିକାରୀ ବିକ୍ରମ କେଶରୀ ଜେନାଙ୍କ ନେତୃତ୍ୱରେ ଏକ ଟିମ ବଡ଼ଝାଡ଼ ଅଞ୍ଚଳରେ ଚଢ଼ାଉ କରିଥିଲା। ୩ଫୁଟ ଲମ୍ବ ଓ ୩କେଜି ଓଜନର ବଜ୍ରକାପ୍ତା ସହ ୩ଗୋଟି ମଟର ସାଇକେଲ ଜବତ କରିଯାଇଛି।

ଗିରଫ ମାନେ ହେଲେ ବାଲେଶ୍ଵର ଜିଲ୍ଲାର ନୀଳଗିରି ରେଞ୍ଜର ଅଯୋଧ୍ୟା ଅଞ୍ଚଳର ବନପାଳ ରାମଚନ୍ଦ୍ର ମାରାଣ୍ଡି(୩୬), ଦେଉଳି ଗ୍ରାମର ସନ୍ତୋଷ ସିଂ(୪୮), ଭଣ୍ଡାରୀପାଳ ଗ୍ରାମର ସାହେବ ମାରାଣ୍ଡି(୩୨), ଜେଏସକାମୁଡିବନ୍ଧ ପଂଚାୟତର ବିଶେଶ୍ୱର ମାରାଣ୍ଡି(୫୦), ବାରିପଦାର ଡ଼ଙ୍ଗୀରିସାହି ଅଞ୍ଚଳର ରମେଶ ଚନ୍ଦ୍ର ସିଂ(୪୫), ବେତନଟୀର ଛୋଟରାୟପୁର ଅଞ୍ଚଳର ଗଗନ ବେହେରା(୨୪)ଙ୍କୁ ଗିରଫ କରାଯାଇ ତଦନ୍ତ ନେଇ ପଚରାଉଚରା ଜାରି ରହିଛି।