ନୃଶଂସ ହତ୍ୟାକାଣ୍ଡ, ପୁଅକୁ ଟାଙ୍ଗିଆରେ ହଣିଦେଲା ବାପା

ନୃଶଂସ ହତ୍ୟାକାଣ୍ଡ, ପୁଅକୁ ଟାଙ୍ଗିଆରେ ହଣିଦେଲା ବାପା

କୋରାପୁଟ: ବାପା, ଯେଉଁ ପୁଅକୁ କୋଳେଇକାଖେଇ ଛୋଟରୁ ବଡ଼ କରିଥିଲା। କୌଣସି କାରଣ ପାଇଁ ସେହିପୁଅକୁ ହତ୍ୟା କରିବା ପାଇଁ ପଛେଇଲା ନାହିଁ ନୃଶଂସ ବାପା। ଏପରି ଘଟଣା ଘଟିଛି କୋରାପୁଟ ମନଯୋଡି ଥାନା ଅନ୍ତର୍ଗତ ଅଧିନସ୍ତ ଆମ୍ବଗାଁରେ। ମୃତ ଯୁବକ ଜଣଙ୍କ ହେଲେ ସୁରେନ୍ଦ୍ର ବୁଡିଆ(୧୮)।

ଗତକାଲି ସନ୍ଧ୍ୟା ସମୟରେ ବାପା ସମରା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। କୌଣସି କାରଣ ପାଇଁ ପୁଅ ସହ ବଚସା ହୋଇଥିଲା। ପରେ ସମରା ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆ ଆଣି ପୁଅକୁ ହାଣି ଦେଇଥିଲା। ପରିବାର ଲୋକେ ପୁଅର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।