ଘରୋଇ ହିଂସା ଅଭିଯୋଗ ଆଣିଲେ ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ
ବଲାଙ୍ଗୀର : ଘରୋଇ ହିଂସା ଅଭିଯୋଗ ଆଣିଲେ ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ଅଦ୍ରୀଜା ସିଂହ । ଶାଶୁଘର ଲୋକ ମାଡ଼ମାରୁଥିବା ସହ ଯୌତୁକ ନିର୍ୟାତନା ଦେଇଥିବା ଅଦ୍ରୀଜା ଅଭିଯୋଗ ଆଣିଛନ୍ତି ।
ସୂଚନାନୁଯାୟୀ, ଏନେଇ ଅଦ୍ରୀଜା ଉତ୍ତରାଖଣ୍ଡ ଡେରାଡୁନ ଡିଜିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ପରେ ଡେରାଡୁନ ଡିଜିପି ଏଏସପିଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ପ୍ରକାଶ ଥାଉକି, ଅଦ୍ରୀଜା ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ଵନାଥ ପ୍ରତାପ ସିଂଙ୍କ ନାତୁଣୀ ଓ ଅର୍କେଶ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ ।




user2 