ଗଡିବ ପୁରୀ-ଭୁବନେଶ୍ଵର ବନ୍ଦେ ଭାରତ ଏକ୍ସପ୍ରେସ୍

ଗଡିବ ପୁରୀ-ଭୁବନେଶ୍ଵର ବନ୍ଦେ ଭାରତ ଏକ୍ସପ୍ରେସ୍

ପୁରୀ : ଆସନ୍ତା ୧୮ ତାରିଖରେ ପୁରୀ-ଭୁବନେଶ୍ଵର ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପୁରି ରେଲୱେ ଷ୍ଟେସନରେ ଏକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ହାଇ ସ୍ପିଡ୍ ଅତ୍ୟାଧୁନି ସୁଖ ସୁବିଧା ଥିବା ଟ୍ରେନ୍‌ର ଉଦଘାଟନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ଓଡ଼ିଶାର ଏହା ପ୍ରଥମ ବନ୍ଦେ ଭାରତ ଟ୍ରେନ୍। ଏହି ଟ୍ରେନ୍ ଚଳାଚଳ ହେବା ଫଳରେ ହାୱଡା ଏବଂ ପୁରୀ ମଧ୍ୟରେ ଟ୍ରେନ୍ ଯାତ୍ରା ସମୟ କମିବ।