ବୋହୂଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା
ଭୁବନେଶ୍ୱର: ବୋହୂଙ୍କ ଅଭିଯୋଗ ନେଇ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ନିଜ ପ୍ରତିକ୍ରିୟା ରଖି କହିଛନ୍ତି ମୋ ନାଁରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ପୁଅ ବୋହୂ ଭିତରର କଥା ଏଥିରେ କିଛି ମନୋମାଳିନ୍ୟ ଥାଇପାରେ । ଆମ ଘରେ ମାସେ ୧୧ ଦିନ ରହିବା ପରେ ବୋହୂ ତାଙ୍କ ଘରକୁ ଯାଇଛି । ନିଜେ ତାଙ୍କ ବାପା ଆସି ବୋହୂକୁ ଘରକୁ ନେଇ ଯାଇଛନ୍ତି । ଆଉ ରହିଲା ମୁଁ ଯୌତୁକ ମାଗିବା କଥା ଏହା ସଂପୂର୍ଣ୍ଣ ଭିତ୍ତିହୀନ । ମୋ ବିଷୟରେ ଓଡିଶାବାସୀ ଭଲଭାବେ ଜାଣିଛନ୍ତି । । ନିମନ୍ତ୍ରଣ କାର୍ଡରେ କିଛି ଗିଫ୍ଟ ନଆଣିବାକୁ ମୁଁ ଲେଖିଥିଲି । ଅର୍ଥ ଓ ଯୌତୁକ ନେଇ ମୋର ଆଚରଣ କଣ ଏହା ସମସ୍ତେ ଜାଣନ୍ତି ବୋଲି ଶଶିଭୂଷଣ ବେହେରା କହିଛନ୍ତି।ପ୍ରକାଶ ଯେ ଅଡୁଆରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ବୋହୂ ରୋନାଲି ଆଣିଛନ୍ତି ଯୌତୁକ ନିର୍ୟାତନା ଅଭିଯୋଗ ।
କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ପତ୍ନୀ ହେଉଛନ୍ତି ରୋନାଲି । ବାଙ୍କୀ ଥାନାରେ ଯୌତୁକ ନିର୍ୟାତନା ଅଭିଯୋଗ ଆଣିଛନ୍ତି ରୋନାଲି । ଏତଲାରେ ଶଶୀଭୂଷଣ ବେହେରାଙ୍କ ପରିବାର ନାଁରେ ଅଭିଯୋଗ ରହିଛି । ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ୟାତନା ପାଇଥିବା ଅଭିଯୋଗ ଆଣିଛନ୍ତି । ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିିଛନ୍ତି । ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ୟ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି ।




user2 