ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଚାଳକଙ୍କ ଜୀବନ
ରାଉରକେଲା : ରାଉରକେଲା ଉପକଣ୍ଠରେ ଥିବା ଲଲେଇ ସ୍ଥିତ ବ୍ରାହ୍ମଣୀ ବ୍ରିଜ୍ ଉପରେ କାର୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି ।
ଦୁର୍ଘଟଣା ଫଳରେ ବାଇକ୍ ଆରୋହୀ ୬୨ବର୍ଷ ବୟସ୍କ ମନୋହରଙ୍କ ମୃତ୍ୟୁ ହୋଇଛି । ମନୋହର ନିଜ ଘର ବ୍ରାହ୍ମଣ ଗାଁ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା କାର୍ ଧକ୍କା ଦେଇଥିଲା । ଖବର ପାଇ ଦକକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମନୋହରଙ୍କୁ ତୁରନ୍ତ ବଣେଇ ଡ଼ାକ୍ତରଖାନା ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କାର୍-ବାଇକ୍ ଦୁର୍ଘଟଣା ହେବା ଫଳରେ କାର୍ ସହ ବାଇକ୍ ବି ଭାଙ୍ଗିଯାଇଛି । ବଣେଇ ପୋଲିସ ଘଟଣାର ତଦନ୍ତ କରୁଛି ।




user2 