ହଂସପାଳରେ ବ୍ୟାଙ୍କ ଅଫ ଇଣ୍ଡିଆ ଲୁଟୁଥିଲେ ଚୋର, ଉଠାଇ ନେଲା ପୋଲିସ

ହଂସପାଳରେ ବ୍ୟାଙ୍କ ଅଫ ଇଣ୍ଡିଆ ଲୁଟୁଥିଲେ ଚୋର, ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ। ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ। ପାହାଳ ଥାନା ହଂସପାଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ହୋଇଥିଲା ଉଦ୍ୟମ। ବସନ୍ତ ପ୍ରଧାନ, ସାଗର ଭୋଇ, ଗୁରୁ ଚରଣ ମଲିକକୁ ଗିରଫ କଲା ପୋଲିସ। ଶନିବାର ରାତିରେ ବ୍ୟାଙ୍କର ସ୍କାଏ ଲାଇଟ ଭାଙ୍ଗି ଭିତରେ ପଶିଥିଲେ। ଷ୍ଟ୍ରଙ୍ଗରୁମ କବାଟ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ।

ହେଲେ ଲୁଟରେ ବିଫଳ ହେବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଶାବଳ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କଲା ପୋଲିସ।