ତ୍ୱଚାକୁ ସଫା ରଖେ ଓଟମିଲ୍
ଭୁବନେଶ୍ୱର: ଓଟମିଲ୍ ଆଜିକାଲି ପ୍ରାୟ ଘର ପାଇଁ ଜଳଖିଆ ହୋଇଗଲାଣି । ବିଶେଷକରି ବ୍ୟାଚଲରଙ୍କ ରୋଷେଇ ଘରର ପ୍ରମୁଖ ଉପାଦାନ । ପ୍ରସ୍ତୁତି ପାଇଁ କମ୍ ସମୟ, ସ୍ୱାଦ ଓ ପୋଷାକ ତତ୍ତ୍ୱ ଯୋଗୁ ଏହା ଲୋକଙ୍କର ଖୁବ୍ ପସନ୍ଦ । ଏହାକୁ ତ୍ୱଚାର ଯତ୍ନଠାରୁ ଆରମ୍ଭ କରି ଅନ୍ୟାନ୍ୟ କେତେକ ଫାଇଦା ରହିଛି । ଏହାକୁ ତ୍ୱଚାର ଯତ୍ନଠାରୁ ଆରମ୍ଭ କରି ଅନ୍ୟାନ୍ୟ କେତେକ ଫାଇଦା ରହିଛି । ଡର୍ମାଟଲୋଜିଷ୍ଟଙ୍କ କହିବା କଥା, ଏହାକୁ ଖାଇବା ଦ୍ୱାରା ଓଜନ ଆପେ ଆପେ ସନ୍ତୁଳିତ ହୋଇଥାଏ ।
- ଓଟମିଲରେ ଆଣ୍ଟିଅକ୍ସିଡାଣ୍ଟ
ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଥାଏ, ଯାହା ଶରୀର ଓ ତ୍ୱଚା ପାଇଁ ଖୁବ୍ ଭଲ । ଏଥିରେ ରହିଛି ଭିଟାମିନ-ଇ, ଯାହା ଏକ ଆଣ୍ଟିଅକ୍ସିଡ଼ା । ଏହା ତ୍ୱଚାର ନମନୀୟତା ଓ ଯୁବସୁଲଭତାକୁ ବଜାୟ ରଖେ । ଯଦି ଆପଣ ଶୁଷ୍କ ତ୍ୱଚା ଓ ତ୍ୱଚା କୁଣ୍ଡାଇ ହେବା ସମସ୍ୟା ଭୋଗୁଥାନ୍ତି, ତେବେ ଏହା ସାହାଯ୍ୟ କରିପାରିବ ।
- ତ୍ୱଚାକୁ ମୁଲାୟମ ରଖେ
ଓଟସରେ ଫ୍ଲାବୋନାଇଡ୍ସ ରହିଛି । ଏହା ଏମିତି ଏକ ତତ୍ତ୍ୱ, ଯାହା ଶରୀରକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ । ସେହିପରି ବାୟୁମଣ୍ଡଳରେ ଥିବା ବିଷାକ୍ତ କେମିକାଲରୁ ରକ୍ଷା କରିଥାଏ । ତ୍ୱଚାକୁ ନରମ ରଖିବା ସହ ରୋଗ ସହ ଲଢ଼ିବା ପାଇଁ ଶକ୍ତି ଦେଇଥାଏ । ସାପୋନିନ୍ ଗଛରୁ ମିଳିଥାଏ, ଯାହା କାର୍ବୋହାଇଡ୍ରେଟର ଏକ ସମୂହ ।
- ତ୍ୱଚାକୁ ନମନୀୟ କରେ
ଓଟସ ତ୍ୱଚାକୁ ନମନୀୟ କରିବା ସହ ବାହାର ସଂକ୍ରମଣରୁ ରକ୍ଷା କରିଥାଏ । ତ୍ୱଚା କୌଣସି କାରଣରୁ ଫୁଲିଥିଲେ, ଏହା ଫୁଲାକୁ କମ୍ କରିଥାଏ ।
- ଗାଧୋଇବାରେ ବ୍ୟବହାର କରନ୍ତୁ ଓଟସ୍
ଗାଧୋଇବା ପାଇଁ ବାଥଟବରେ ବ୍ୟବହାର କରୁଥିବା ହାଲକା ଉଷୁମ ପାଣିରେ ବେକିଂ ସୋଢ଼ା ସହ ଓଟସ ମିଶାଇ ଗାଧୋଇ ପାରିବେ । ଏହି ପାଣିରେ ୧୫ ମିନିଟ୍ ରହିବା ପରେ ବାହାରି ଆସନ୍ତୁ । ଏବେ ଶରୀରକୁ ଭଲ ଭାବେ ପୋଛି ନିଅନ୍ତୁ । ତ୍ୱଚା ନରମ ଓ ହାଲକା ଲାଗିବ ।
- ମୃତ କୋଷିକା ହଟାଏ ଓଟସ୍
ତ୍ୱଚାର ଉପର ଆସ୍ତରଣରେ କ୍ରମଶଃ ମୃତ କୋଷିକାଗୁଡ଼ିକ ଜମା ହୋଇ ରହେ । ଫଳରେ ତ୍ୱଚାର ଚମକ୍ କମିଯାଏ । ଏପରିକି ତଳ ଆସ୍ତରଣ ମଧ୍ୟ ଧୀରେ ଧୀରେ ନିସ୍ତେଜ ହୋଇଚାଲେ । ଓଟସ୍ ବ୍ୟବହାର ଦ୍ୱାରା ଏହି ଡେଡ୍ ସେଲକୁ ତ୍ୱଚାରୁ ହଟାଇପାରିବେ ।




admin 