ଅନଲାଇନରେ ସାଥୀ ଖୋଜିଦେଉଛି ଡେଟିଂ ଆପ୍‌

ଅନଲାଇନରେ ସାଥୀ ଖୋଜିଦେଉଛି ଡେଟିଂ ଆପ୍‌

ନୂଆଦିଲ୍ଲୀ: ପାଶ୍ଚାତ୍ୟ ରାଷ୍ଟ୍ରରେ ଲୋକପ୍ରିୟ ଥିବା ଡେଟିଂ ସଂସ୍କୃତି ଭାରତରେ ମଧ୍ୟ ଗ୍ରହଣୀୟ ହେବାରେ ଲାଗିଛି । ଅଜଣା ଓ ଅପରିଚିତ ଲୋକଙ୍କୁ ଭେଟିବା ଓ ତାଙ୍କ ସହିତ ଚିହ୍ନା ପରିଚୟ ସୃଷ୍ଟି କରି ବନ୍ଧୁତ୍ୱ ସ୍ଥାପନ କରିବାର ପ୍ରକ୍ରିୟା ହେଉଛି ଡେଟିଂ । ଏହା ଜରିଆରେ ଦୁଇ ଅପରିଚିତ ଯୁବକଯୁବତୀ ପରସ୍ପରକୁ ଜାଣିବା ଲାଗି ଉଦ୍ୟମ କରନ୍ତି । ସବୁକିଛି ଠିକ୍‌ ରହିବେ ବନ୍ଧୁ ହୋଇ ଆଗକୁ ବଢ଼ନ୍ତି । ବିଶେଷ କରି ନୂଆ ପିଢ଼ିର ଯୁବକଯୁବତୀମାନଙ୍କ ମଧ୍ୟ ଡେଟିଂ ଲୋକପ୍ରିୟ ହେବାରେ ଲାଗିଛି । ସେଥିପାଇଁ ଡେଟିଂ ଆପର ବ୍ୟବହାର ମଧ୍ୟ ବଢ଼ୁଛି । ସେହି ଆପକୁ ଯେକୌଣସି ମୋବାଇଲ ଫୋନରେ ଇନଷ୍ଟଲ କରି ବ୍ୟବହାର କରିହେଉଛି । ଭାରତରେ ଟିଣ୍ଡର, ବମ୍ବଲ, ଟ୍ରୁଲିମ୍ୟାଡ଼ଲି, ଆଇସଲ ଭଳି ବହୁ ଲୋକପ୍ରିୟ ଡେଟିଂ ଆପ୍‌ ରହିଛି । ବ୍ୟବହାର କରିବା ପାଇଁ ନିଜ ଫଟୋ ଦେଇ ପ୍ରୋଫାଇଲ ଖୋଲିବାକୁ ପଡ଼ିଥାଏ । ମାଟ୍ରିମୋନି ସାଇଟ୍‌ ପରି ସେଥିରେ ସୁବିଧା ରହିଛି ।