ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ଚମ୍ପୁଆ, : ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଗଳି ପଡ଼ିଥିବା ହାତୀ। ଟୁଣଟୁଣା ଅରଡେଇ ପୋଲ ନିକଟରେ ରାସ୍ତା ପାର ହେଉଥିବା ବେଳେ ରାସ୍ତା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ଗଳି ପଡିଥିଲା। ଚମ୍ପୁଆ ବନ ବିଭାଗ ପହଞ୍ଚି ହାତୀକୁ ଉଦ୍ଧାର କରିଛି।

ସୂଚନା ଅନୁସାରେ, ଗୁରୁବାର ଭୋର ପ୍ରାୟ ଚାରିଟା ବେଳେ ପତଳା ଜଙ୍ଗଲରୁ ଟୁଣଟୁଣା ଜଙ୍ଗଲକୁ ଯାଉଥିବା ୨୫ ଟିକିଆ ହାତୀପଲ ଟୁଣଟୁଣା ଅରଡେଇ ପୋଲ ନିକଟରେ ରାସ୍ତା ପାର ହେଉଥିଲେ। ଏତିକି ବେଳେ ରାସ୍ତା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ମଧ୍ୟ ବୟସ୍କ ହାତୀ ଗଳି ପଡ଼ିଥିଲା। ହାତୀ ପଲର ଗତିବିଧି ଉପରେ ନଜର ରଖିଥିବା ଗଜ ସାଥିମାନେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବନ ବିଭାଗ ତରଫରୁ ହାତୀଟିକୁ କୂଅରୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ଜେସିବି ମେସିନ୍ ସାହାଯ୍ୟରେ କୂଅକୁ ଖୋଳାଯାଇ ସକାଳ ପ୍ରାୟ ୭ଟାରେ ହାତୀଟିକୁ କୂଅ ମଧ୍ୟରୁ ଉଦ୍ଧାର କରଯାଇଥିଲା। ଉଦ୍ଧାର ପରେ ହାତୀଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା।