ଲୋକସେବା ଦିବସ ପାଳନ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଲୋକସେବା ଦିବସ ପାଳନ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶୁକ୍ରବାର ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ଲୋକସେବା ଦିବସ ପାଳନ କରାଯିବ । ଏହି ଅବସରରେ ଅପରାହ୍ଣ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନସ୍ଥିତ କନଭେନ୍‌ସନ୍‌ ସେଣ୍ଟରରେ ହେବାକୁ ଥିବା ଏହି କାର୍ୟ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ସମାବେଶକୁ ସମ୍ବୋଧିତ କରିବେ । କାର୍ୟ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଆଇଏଏସ୍‌ (ଅବସରପ୍ରାପ୍ତ) ଅମରଜିତ ସିହ୍ନା ‘ରୂପାନ୍ତରଣ ଜାରି ରହିଥିବା ଶାସନ ପାଇଁ ଲୋକସେବା ପାଇଁ ପ୍ରସ୍ତୁତ କରିବା’ ଶୀର୍ଷକ ଆଲାଚନାଚକ୍ରରେ ଯୋଗଦାନ କରି ବକ୍ତବ୍ୟ ରଖିବେ ।

ଲୋକସେବା ଦିବସ ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଥିବା ବେଳେ ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦ୍ଦେଶକ ରାଜକୁମାର ଶର୍ମା ସ୍ୱାଗତ ଭାଷଣ ଦେବା ସହ ଓଡ଼ିଶାରେ ଏହି ଦିବସର ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବେ । କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ , ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ ।