ଅସହ୍ୟ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି
ଭୁବନେଶ୍ୱର: ଆଜିଠାରୁ ଅସହ୍ୟ ତାତିରୁ ମିଳିବ ଆଶ୍ବସ୍ତି । ଆଗାମୀ ୩ରୁ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ଗତ ୧୧ ଦିନ ଧରି ଗ୍ରୀଷ୍ମ ଲହରୀ କୋପରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ନେଇ ଜାରି ହୋଇଥିବା ଚେତାବନୀ ହଟେଇ ଦିଆଯାଇଛି । ଆସନ୍ତା ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୪ପ୍ସଉ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ବରର ମଧ୍ୟ ପାଗ ବଦଳିଛି । ସକାଳୁ ପବନ ବୋହୁଛି । ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ସୂଚନା ମିଳିଛି ।




admin 