ନିଟ୍‌-ୟୁଜି ପାଇଁ ଆବେଦନ କଲେ ପରୀକ୍ଷାର୍ଥୀ, ମେ ୭ରେ ହେବ ପରୀକ୍ଷା

ନିଟ୍‌-ୟୁଜି ପାଇଁ ଆବେଦନ କଲେ ପରୀକ୍ଷାର୍ଥୀ, ମେ ୭ରେ ହେବ ପରୀକ୍ଷା

ଭୁବନେଶ୍ୱର: ନିଟ୍‌-ୟୁଜି ପାଇଁ ଆବେଦନ କଲେ ୨୦ଲକ୍ଷ ୮୭ହଜାର ୪୪୫ ପରୀକ୍ଷାର୍ଥୀ । ଗତବର୍ଷଠାରୁ ୨.୫୭ଲକ୍ଷ ଅଧିକ ପିଲା କରିଛନ୍ତି ଆବେଦନ । ୭ରାଜ୍ୟରୁ ୧ଲକ୍ଷରୁ ଅଧିକ ପିଲା ଆବେଦନ କରିଛନ୍ତି । ମହାରାଷ୍ଟ୍ରରୁ ୨.୮ ଲକ୍ଷ ଓ ଉତ୍ତରପ୍ରଦେଶରୁ ୨.୭ ଲକ୍ଷ ପିଲା କରିଛନ୍ତି ଆବେଦନ । ସେହିପରି ଓବିସି ବର୍ଗର ୮.୯ ଲକ୍ଷ ପିଲା ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ଅନୁସୂଚିତ ଜାତି ବର୍ଗର ୩ ଲକ୍ଷ, ଅନୁସୂଚିତ ଜନଜାତି ବର୍ଗର ୧.୩ ଲକ୍ଷ, ଆର୍ଥିକ ପଛୁଆ ବର୍ଗ ର ୧.୫ଲକ୍ଷ ପିଲା ଆବେଦନ କରିଛନ୍ତି ।

ସୂଚନା ଅନୁଯାୟୀ, ସାଧାରଣ ବର୍ଗରେ ୬ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେବେ । ମେ ୭ରେ ୧.୪ଲକ୍ଷ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପାଇଁ ପ୍ରବେଶିକା ପରୀକ୍ଷା ହେବ ।