କ୍ଷୀରର ରଙ୍ଗ ଧଳା କାହିଁକି? ଜାଣନ୍ତୁ
କ୍ଷୀର ଧଳାରଙ୍ଗର ହୋଇଥାଏ ଏଥିରେ ଥିବା ଧଳାରଙ୍ଗର କ୍ୟାସିନ୍ ଯୋଗୁ । କ୍ୟାସିନ ହେଉଛି କ୍ଷୀରରେ ଥିବା ଏକ ମୁଖ୍ୟ ପ୍ରୋଟିନ । ଏହା କ୍ଷୀରରେ ଥିବା କ୍ୟାଲସିୟମ ଏବଂ ଫସଫେଟ୍ ସହ ମିଶି ଛୋଟ ଛୋଟ କଣିକା ତିଆରି କରିଥାଏ, ଯାହାକୁ ମିସେଲ କୁହାଯାଏ । ଯେତେବେଳେ ଏହି ମିସେଲ ଉପରେ ଆଲୋକ ପଡେ ତାହାର ଗତି ବକ୍ର ହୋଇ ବିଚ୍ଛୁରିତ ହୋଇଯାଏ । ଅର୍ଥାତ୍ ଏହା ସବୁ ଲାଇଟ ୱେଭଲେନ୍ଥକୁ ପ୍ରତିଫଳିତ କରିଦିଏ , କାହାକୁ ଗ୍ରହଣ କରେନାହିଁ ।ଏହି କାରଣ ଯୋଗୁ କ୍ଷୀର ଧଳାରଙ୍ଗର ଦେଖାଯାଏ । କ୍ଷୀରରେ ଥିବା ଫ୍ୟାଟ ବି କ୍ଷୀର ଧଳା ଦେଖାଯିବାର ପ୍ରମୁଖ କାରଣ । ଏହାଛଡା ଏଥିରେ ପ୍ରୋଟିନ, ଲାକ୍ଟୋଜ୍, ମିନେରାଲ୍ସ ଓ ଭିଟାମିନ୍ସ ରହିଛି । ଯାହା କ୍ଷୀରର ରଙ୍ଗ ଉପରେ ପ୍ରଭାବ ପକାଏ । କ୍ଷୀରରେ ଥିବା ଫ୍ୟାଟ ଓ ପ୍ରୋଟିନ ମଲିକ୍ୟୁଲ ଲାଇଟ୍ର ୱେଭଲେନ୍ଥକୁ ପ୍ରତିଫଳିତ କରିବା ଦ୍ୱାରା ଏହା ଧଳା ଦେଖାଯାଏ ।




admin 