ଦାନ୍ତ ଘଷିବା ପରେ ସାଙ୍ଗେ ସାଙ୍ଗେ ଖାଉଥିଲେ ଜାଣି ରଖନ୍ତୁ
କିଛି ଲୋକ ଦାନ୍ତ ଘଷୁ ଘଷୁ କିଛି ନା କିଛି ଖାଇଥାନ୍ତି । କିନ୍ତୁ ଏହା କେତେ ଠିକ୍ ଜାଣନ୍ତି ? ବିଶେଷଜ୍ଞଙ୍କ ଅନୁଯାୟୀ ଦାନ୍ତ ଘଷିବାର ତୁରନ୍ତ ପରେ ଖାଇବା ଉଚିତ୍ ନୁହେଁ । ଏହା ଦ୍ୱାରା ଦାନ୍ତ ମାଢ଼ି ଉପରେ ପ୍ରଭାବ ପଡ଼ିଥାଏ । ଏହାବ୍ୟତୀତ ଦାନ୍ତ ସହ ଜଡ଼ିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଦାନ୍ତ ଘଷିବା ପରେ ଦାନ୍ତରେ ଥିବା ଏସିଡ୍ ଦୂର ହୋଇଥାଏ । ମାଢ଼ି ଓ ଦାନ୍ତରେ ଭୋଜନର ଅଂଶ ଓ ବ୍ୟାକ୍ଟେରିଆ ଦୂର ହୋଇଯାଏ।ତୁରନ୍ତ ଖାଦ୍ୟ ଖାଇଲେ ଦାନ୍ତର ଉପର ଅଂଶ ଓ ମାଢ଼ିରେ କୁପ୍ରଭାବ ପଡ଼ି ଦାନ୍ତ ଦୁର୍ବଳ ହୋଇଯାଏ । ଦାନ୍ତର ଚମକ ହ୍ରାସ ପାଇ ହଳଦିଆ ଦେଖାଯାଏ ଓ ମାଢ଼ିରେ ଯନ୍ତ୍ରଣା ହୋଇଥାଏ । ମିଠା, ଥଣ୍ଡା ଜାତୀୟ ଜିନିଷ ଖାଇବା ସମୟରେ ଏହି ଯନ୍ତ୍ରଣା ଅଧିକ ହୋଇଥାଏ । ତେଣୁ ବ୍ରଶ୍ କରିବାର ୨୦ ମିନିଟ୍ ଯାଏ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ । ଦାନ୍ତ ଘଷିବା ପରେ ପାଣି ପିଇପାରିବେ ।




admin 