ଲୁମଟାଙ୍କୁରା ହତ୍ୟାକାଣ୍ଡ, କାଟିଦେଲେ ଯୌନାଙ୍ଗ

ଲୁମଟାଙ୍କୁରା ହତ୍ୟାକାଣ୍ଡ, କାଟିଦେଲେ ଯୌନାଙ୍ଗ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଅଞ୍ଚଳରେ ଚାଞ୍ଚଲ୍ୟ। ବୁଡ଼ାମାଲରେ ଜଣେ ଯୁବକଙ୍କ ଯୌନାଙ୍ଗକୁ କାଟି ହତ୍ୟା କରାଯାଇଛି।

ସୂଚନା ଅନୁଯାୟୀ, ଯୁବକଜଣକ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ କାର୍ୟ୍ୟ ବେଳେ ଗ୍ରାମବାସୀ ଯୁବକଙ୍କ ଯୌନାଙ୍ଗ କାଟିଦେଇଥିବା କୁହାଯାଉଛି। ଏବେ ବି ବିଲରେ ଯୁବକର ମୃତଦେହ ପଡ଼ିରହିଛି। ମୃତକର ନାଆଁ ସାନନ୍ଦ ସା ବୋଲି ଜଣାଯାଇଛି। ସାନନ୍ଦର ଜଣେ  ବିବାହିତା ମହିଳାଙ୍କ ସହ ଅନୈତିକ ସଂପର୍କ ଥିଲା। ଗତ ରାତିରେ ସେ  ଉକ୍ତ ବିବାହିତା ମହିଳାଙ୍କ ଘରକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି।