୫୧ ଫୁଟର ଅନନ୍ତ ଶୟନ ବିଷ୍ଣୁ ପ୍ରତିମା , ଜାଣନ୍ତୁ କେଉଁଠି?

୫୧ ଫୁଟର ଅନନ୍ତ ଶୟନ ବିଷ୍ଣୁ ପ୍ରତିମା , ଜାଣନ୍ତୁ କେଉଁଠି?

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ ସରାଙ୍ଗଠାରେ ବ୍ରାହ୍ମଣୀ ନଦୀ କୂଳରେ ରହିଛି ୫୧ଫୁଟର ମହାପ୍ରଭୁ ବିଷ୍ଣୁଙ୍କର ଅନନ୍ତ ଶୟନ ମୂର୍ତ୍ତି । ଏହା ନବ ଶତାବ୍ଦୀର ବୋଲି ଅନୁମାନ କରାଯାଏ । ଢେଙ୍କାନାଳରୁ ସରାଙ୍ଗ ୬୭ କିଲୋମିଟର ଦୂର । ପର୍ଯ୍ୟଟକମାନେ ରେଳ ଓ ସଡକ ପଥରେ ଢେଙ୍କାନାଳ , ଅନୁଗୁଳ କିମ୍ବା ତାଳଚେରରେ ପହଁଞ୍ଚିଲେ ସଡକ ପଥରେ ସରାଙ୍ଗ ଯାଇ ହୁଏ । ଅନ୍ୟ କେଉଁଠି ଏତେ ଦୀର୍ଘ ଶୟନ ମୂର୍ତ୍ତି ଦେଖିବାକୁ ମିଳେ ନାହିଁ ବୋଲି ମଧ୍ୟ କୁହାଯାଉଛି । ବିଷ୍ଣୁଙ୍କର ଏହି ପ୍ରତିକୃତିର ଲମ୍ବ ୫୧ଫୁଟ, ଚଉଡା ୨୩ଫୁଟ ଓ ମୋଟେଇ ପ୍ରାୟ ୨ଫୁଟ ୪ଇଞ୍ଚ । ବିଷ୍ଣୁଙ୍କ ଚାରି ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ରହିଥିବାବେଳେ ତାଙ୍କ ମସ୍ତକକୁ ଅନନତ ସର୍ପ ଘେରି ରହିଛି ।