ଗୃହର କେଉଁ ଦିଗରେ ତୁଳସୀ ବୃକ୍ଷ ରହିବା ଉଚିତ୍?

ଗୃହର କେଉଁ ଦିଗରେ  ତୁଳସୀ ବୃକ୍ଷ ରହିବା ଉଚିତ୍?

ତୁଳସୀ ବୃକ୍ଷ ଘରର ଅଗଣାରେ ରହିଲେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ବାସ୍ତୁ ଦୋଷ ଦୂର ହୋଇଥାଏ। ଜାଣନ୍ତୁ ଘରେ କଳହ ହେଉଥିଲେ ତୁଳସୀଙ୍କ ସହ ଜଡିତ କେଉଁ ଉପାୟ ଆପଣାଇବେ।

ତୁଳସୀ ବୃକ୍ଷ ପୂର୍ବ ଦିଗରେ ରଖିବା ବେଶ ଶୁଭଙ୍କର। ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭଲ ସମ୍ପର୍କ ରହିଥାଏ।

ତୁଳସୀ ବୃକ୍ଷ ଉତ୍ତର-ପୂର୍ବ ଦିଗରେ ରହିବା ମଧ୍ୟ ଶୁଭଙ୍କର। ଦାମ୍ପତ୍ୟ ଜୀବନରେ କଳହ ଓ ସମସ୍ୟା ଲାଗି ରହୁଥିଲେ, ଶାଳଗ୍ରାମଙ୍କୁ ତୁଳସୀ ଅର୍ପଣ କରନ୍ତୁ। ଏହାଦ୍ୱାରା ଖୁଭଫଳ ମିଳିଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ତୁଳସୀଙ୍କ ନିକଟରେ ଶାଳଗ୍ରାମ ରଖନ୍ତୁ।

ନିୟମିତ ତୁଳସୀଙ୍କ ପରିକ୍ରମା କରିବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସଫଳତା ମିଳିଥାଏ।

ସକାଳେ ଉଠି ସ୍ନାନ ପରେ ତୁଳସୀଙ୍କ ଦର୍ଶନ କରିବା ଶୁଭଙ୍କର। ଏହାଦ୍ୱାରା ସମସ୍ତ ତୀର୍ଥ ଯାତ୍ରା କରିବା ପରି ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଶାସ୍ତ୍ରରେ ତୁଳସୀଙ୍କୁ ସୁନ୍ଦରତା, ସୁଖସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଛି।

ନିୟମିତ ତୁଳସୀଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ଆତ୍ମବିଶ୍ୱାସ ବୃଦ୍ଧି ସହ ଶରୀର ସୁସ୍ଥ ରହିଥାଏ।

ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଉଭୟରେ ତୁଳସୀଙ୍କୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପ୍ରଦାନ କରାଯାଇଛି। ଘରର ଅଗଣାରେ ସଠିକ ଦିଗରେ ତୁଳସୀଙ୍କୁ ରଖି ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ତୁଳସୀ ମଞ୍ଜି ରଖିବା ଦ୍ୱାରା ଧନ,ସମ୍ପତ୍ତି ବୃଦ୍ଧି ସହ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ।