କିଭଳି ପାଇବେ ହାର୍ଟ ଷ୍ଟ୍ରୋକରୁ ମୁକ୍ତି?

କିଭଳି ପାଇବେ ହାର୍ଟ ଷ୍ଟ୍ରୋକରୁ ମୁକ୍ତି?

ହାର୍ଟଷ୍ଟ୍ରୋକରୁ କିଭଳି ପାଇବେ ରକ୍ଷା ଜାଣନ୍ତୁ,

ମଦ୍ୟପାନ, ଧୂମପାନ ତଥା ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୃଦ୍‌ଘାତ ବା ହାର୍ଟ ଆଟାକ୍‌ର ଆଶଙ୍କା ଅଧିକ ଥାଏ । ଏସବୁ ରକ୍ତ କୋଷିକାକୁ ଉତ୍ତେଜିତ କରିବା ସହ ରକ୍ତ ସଞ୍ଚାଳନକୁ ଆବଶ୍ୟକତାଠାରୁ ଅଧିକ ବୃଦ୍ଧି କରାଇଥାଏ । ଫଳରେ ରକ୍ତଚାପ ବୃଦ୍ଧି ପାଇଥାଏ । 

ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ହୋଇଥାଏ । 

ଚର୍ବିଜାତୀୟ ଖାଦ୍ୟ ଅଧିକ ନଖାଇବା ଭଲ । 

କ୍ଷୀର ପିଇବା ଦ୍ୱାରା ଏଥିରେ ଥିବା ପୋଟାସିୟମ୍‌ ରକ୍ତଚାପ କମ୍‌ କରିଥାଏ । ଫଳରେ ହାର୍ଟ ଉପରେ ଅଧିକ ଚାପ ପଡ଼ି ନ ଥାଏ । 

ଗ୍ରୀନ୍‌ ଟି, ବ୍ଲାକ୍‌ ଟି, କଫି ଏବଂ ଫଳରସ ପିଇଲେ ହାର୍ଟ ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ । ମସଲା ତଥା ତେଲଯୁକ୍ତ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ ।  

ଅତ୍ୟଧିକ ପାଣି ପିଇବା ମଧ୍ୟ ଶରୀର ପାଇଁ କ୍ଷତିକାରକ ।