କିଭଳି ରହିବେ ସୁସ୍ଥ ଜାଣନ୍ତୁ!

କିଭଳି ରହିବେ ସୁସ୍ଥ ଜାଣନ୍ତୁ!

ସକାଳୁ ବିଛଣାରୁ ଉଠିବା ପରେ କିଛି ସମୟ ସେଠାରେ ବସି ରହି ଷ୍ଟେଚିଙ୍ଗ ଏକ୍ସରସାଇଜ କରନ୍ତୁ । ଏହାଦ୍ୱାରା ରକ୍ତ ସଞ୍ଚାଳନ ସକ୍ରିୟ ରହିଥାଏ । ଏହାଦ୍ୱାରା ପାଚନକ୍ରିୟା ଭଲ ହେବା ସହ ଅଣ୍ଟା ଯନ୍ତ୍ରଣାରୁ ଉପଶମ ମିଳିଥାଏ । 

ଆମକୁ ସୁସ୍ଥ ରଖିବାରେ ବ୍ରେକ୍‌ଫାଷ୍ଟର ମଧ୍ୟ ଭୂମିକା ରହିଛି । ଜଳଖିଆରେ ଟମାଟୋ ସାମିଲ କଲେ ଆମ ଓଜନ ସନ୍ତୁଳିତ ରହିଥାଏ ।

ପ୍ରତିଦିନ କିଛି ସମୟ ଶାନ୍ତ ପରିବେଶରେ ବିତାନ୍ତୁ । ଏହା ମାନସିକତାକୁ ସକାରାତ୍ମକ ରଖିବାରେ ସାହାଯ୍ୟ କରିଥାଏ ।

ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ଟମାଟୋ ସାମିଲ କରନ୍ତୁ । ଏହା ହେଉଛି ଭିଟାମିନ୍‌ ‘ସି’ର ପ୍ରମୁଖ ଉତ୍ସ । ଏହାକୁ ନିୟମିତ ଖାଇଲେ କର୍କଟ ଆଶଙ୍କା ବି ଦୂର ହୋଇଯାଏ ।

ଖାଇସାରିବା ପରେ ପରେ ଆଦୌ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ । 

ଖାଇବା ପରେ ପରେ ଗାଧାନ୍ତୁ ନାହିଁ । ଏହାଦ୍ୱାରା ରକ୍ତ ସଞ୍ଚାଳନ ଶିଥିଳ ହୋଇଯାଏ ।