ମହୁରେ ରହିଛି ଅନେକ ଉପକାରୀ ଗୁଣ!
ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ମହୁ
ମହୁରେ ଥିବା ଔଷଧୀୟ ଗୁଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖେ । ବିଶେଷକରି ଶରୀର ଭିତରେ ରକ୍ତ ସଞ୍ଚାଳନକୁ ସକ୍ରିୟ କରାଇଥାଏ । ମହୁ ଓଜନ କମାଇବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସକାଳେ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ସହ ଗୋଟିଏ ଲେମ୍ବୁ ରସ ଓ ଏକ ଚାମଚ ମହୁ ମିଶାଇ ପିଇଲେ ତାହା ବେଶ୍ ଉପକାରୀ । ଉଚ୍ଚ ରକ୍ତଚାପକୁ ସନ୍ତୁଳିତ କରିବାରେ ଏହା ସହାୟକ ହୋଇଥାଏ । ଶରୀରରେ ଶର୍କରାର ପରିମାଣକୁ ମଧ୍ୟ ସନ୍ତୁଳିତ ରଖେ । ରକ୍ତହୀନତା ସହ ଜଡ଼ିତ ରୋଗୀମାନଙ୍କ ପାଇଁ ମହୁ ବେଶ୍ ହିତକର । ମହୁ ସହ କ୍ଷୀର ମିଶାଇ ପିଇଲେ ସର୍ଦ୍ଦି, କାଶ ଓ କଫ ଭଲ ହୋଇଯାଏ ।




admin 