୩ ମିନିଟର ବିଜ୍ଞାପନ ପାଇଁ ୫୦ ଲକ୍ଷ ଟଙ୍କା!
୩ ମିନିଟର ବିଜ୍ଞାପନ ପାଇଁ ୫୦ ଲକ୍ଷ ଟଙ୍କା!
admin
Dec 14, 2020 - 12:22
Updated: Dec 14, 2020 - 12:22
ଦୁବାଇର ବୁର୍ଜ ଖଲିଫା, ସେଠିକାର ଶେଖମାନଙ୍କର ମନୋରଞ୍ଜନର ଏହା ଏକ ପ୍ରମୁଖ ସ୍ଥାନ । ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ମଧ୍ୟ ରୀତିମତ ଭିଡ଼ ଏଠାରେ ଦେଖିବାକୁ ମିଳେ । ବିଶ୍ୱର ଦୀର୍ଘତମ ଅଟ୍ଟାଳିକା ବୁର୍ଜ ଖଲିଫାକୁ ରାତିରେ ଦେଖିବାର ଦୃଶ୍ୟ ବେଶ ଆକର୍ଷଣୀୟ । ପ୍ରତିଦିନ ରାତିରେ ବୁର୍ଜ ଖଲିଫା ଟାୱାର ଚାରିପାଖ ନାମୀଦାମୀ କମ୍ପାନୀର ବିଜ୍ଞାପନମାନ ପ୍ରଦର୍ଶିତ ହୁଏ । ଏଥିପାଇଁ କମ୍ପାନୀଗୁଡ଼ିକ ପାଖରୁ ବର୍ଜ ଖଲିଫା କର୍ତ୍ତୃପକ୍ଷ ମୋଟା ଅଙ୍କର ପାଉଣା ମଧ୍ୟ ନେଇଥାନ୍ତି । ଦିନକୁ ଦିନ ଏହି ଟାୱାରରେ ବିଜ୍ଞାପନର ଦର ବଢ଼ି ଚାଲିଛି, ହେଲେ ବଡ଼ ବଡ଼ କମ୍ପାନୀ ଗୁଡ଼ିକ ସେଠାରେ ପ୍ରଦର୍ଶନ ପାଇଁ ପଛାଉନାହାନ୍ତି । ବୁର୍ଜ ଖଲିଫାର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଗୋଟିଏ ରାତିରେ ୩ ମିନିଟର ବିଜ୍ଞାପନ ପ୍ରଦର୍ଶନ ପାଇଁ ୧୬ ଲକ୍ଷ ଟଙ୍କା ଅଗି୍ରମ କମ୍ପାନୀ ଦିଏ । ପରେ ୫୦ ଲକ୍ଷ ଟଙ୍କା, ହେଲେ ଶନିବାର ଓ ରବିବାରରେ ବୁର୍ଜ ଖଲିଫାକୁ ଦେଖିବାକୁ ଭିଡ ଅଧିକ ହେଉଥିବାରୁ ସେଦିନର ଭଫା ୩ ମିନିଟ ପାଇଁ ୭୦ ରୁ ୯୦ ଲକ୍ଷ ଟଙ୍କାରେ ପହଞ୍ଚେ । ରାତି ୮-୧୦ ଟା ସମୟରେ ବିଜ୍ଞାପନ ଚାଲେ, ୨୦୧୭ ରୁ ବୁର୍ଜ ଖଲିଫାରେ ବିଜ୍ଞାପନ ପ୍ରଦର୍ଶିତ ହେଉଛି । ତେବେ ଦୁବାଇର ଏଇ ଲୋକପି୍ରୟ ମହଙ୍ଗା ଟାୱାର ଗତ ୧ ବର୍ଷ ହେଲା କିଙ୍ଗ ଖାନ ଶାହାରୁଖଙ୍କ ଜନ୍ମଦିନରେ ଭିନ୍ନ ଭାବେ ଅଭିନନ୍ଦନ ଜଣାଇଥିଲା ।