ଉଚ୍ଛେଦ ହେବ ଶତାଧିକ ପୁରୁଣା ଆଇନ

ଉଚ୍ଛେଦ ହେବ ଶତାଧିକ ପୁରୁଣା ଆଇନ

ଉଚ୍ଛେଦ ହେବ ଶତାଧିକ ପୁରୁଣା ଆଇନ
ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୪୬ ବର୍ଷ ହେଲା ଗଡ଼ି ଚାଲିଥିବା ଶତାଧିକ ପୁରୁଣା କାଳିଆ ଆଇନକୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ପ୍ରକି୍ରୟା ଜୋର ଧରୀିଛି । ୬୯୯ ପୁରୁଣା ଆଇନକୁ ଉଚ୍ଛେଦ ଲାଗି ଆଇନ ବିଭାଗ ପକ୍ଷରୁ ସେପ୍ଟେମ୍ବରରେ ସବୁ ବିଭାଗର ମତାମତ ଲୋଡାଯାଇଥିଲା । ହେଲେ କେତେକ ବିଭାଗ ମୂଳ ଆଇନ ସହିତ ତାର ସଂଶୋଧନ ଆଇନକୁ ନେଇ ଅଡୁଆରେ ପଡ଼ିଥିଲେ । ଏହାକୁ ନେଇ ଆଇନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବିଭାଗୀୟ ପ୍ରମଚଖ ଶାସନ ସଚିବ ଶଶିକାନ୍ତ ମିଶ୍ର ସବୁ ବିଭାଗ ମୁଖ୍ୟଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ ଯେଉଁ ସବୁ ପୁରୁଣା ଆଇନକୁ ପରବର୍ତ୍ତୀ ସମୟରେ ସଂଶୋଧିତ ଆଇନଗୁଡ଼ିକ ଉଚ୍ଛେଦ ହେବ । ସଂଶୋଧିତ ଆଇନଗୁଡ଼ିକ ପରବର୍ତ୍ତୀ ପର୍ଯ୍ୟାୟରେ ଉଚ୍ଛେଦ କରାଯିବ । ଯଦି କୌଣସି ଆଇନ ସମ୍ପ୍ରତି ସତ୍ତା ହରାଇଥିବ ତାକୁ ଉଚ୍ଛେଦ କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି କେତେକ ଉଦାହରଣ ଦେଇ ଶ୍ରୀ ମିଶ୍ର ସ୍ପଷ୍ଟ କରିଛନ୍ତି ।