ଶରୀର ପାଇଁ ଉପକାରୀ ଚାମଚେ ଗୁଆଘିଅ
ଶରୀର ପାଇଁ ଗୁଆଘିଅ
ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ । ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍ ଭଲ ହୋଇଥାଏ । ଗୁଆଘିଅ ଖାଇବା ଦ୍ୱାରା ମେଦବହୁଳତା ସମସ୍ୟାରୁ ମିଳିଥାଏ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ବର୍ଣ୍ଣନା ହୋଇଛି । ଏହା କର୍କଟ ରୋଗ ଆଶଙ୍କା ମଧ୍ୟ ଦୂର କରେ । ଗୁଆଘିଅ ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସ୍ୱାଭାବିକ ହୋଇଥାଏ । ଫଳରେ ହାର୍ଟ ଆଟାକ୍ରୁ ମୁକ୍ତି ମିଳେ । ଗୁଆଘିଅ ଶରୀରରୁ କର୍କଟ ରୋଗ ସୃଷ୍ଟିକାରୀ କାର୍ସିନୋଜେନକୁ ପ୍ରତିରୋଧ କରିବା ପାଇଁ ଏନ୍ଜାଇମ୍ ତିଆରି କରେ । ଅନ୍ୟପକ୍ଷରେ କାର୍ସିନୋଜେନକୁ କ୍ରିୟାଶୀଳ କରୁଥିବା ତତ୍ତ୍ୱକୁ ଗୁଆଘିଅ ହ୍ରାସ କରେ । ଗୁଆଘିଅରେ ଥିବା କନ୍ଜୁଗେଟଡ୍ ଲିନୋଲିକ୍ ଏସିଡ ଭେଜିଟେବୁଲ ଅଏଲ ଅପେକ୍ଷା ଅଧିକ ସ୍ୱାସ୍ଥ୍ୟପ୍ରଦ । ଭେଜିଟେବୁଲ ଅଏଲରେ ଥିବା ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ ଡିଏନଏକୁ କ୍ଷତି ପହଞ୍ଚାଏ । ମାତ୍ର ଗୁଆଘିଅ ଖାଇବା ଦ୍ୱାରା ସୁରକ୍ଷିତ ରହିଥାଏ ।




admin 