ମାନସିକ ଅବସାଦରୁ ମୁକ୍ତି ଦିଏ ଏହି ବ୍ୟାୟାମ

ମାନସିକ ଅବସାଦରୁ ମୁକ୍ତି ଦିଏ ଏହି ବ୍ୟାୟାମ

ଡିପ୍ରେସନରୁ ମୁକ୍ତି ଦିଏ ଏହି ବ୍ୟାୟାମ 

ପ୍ରତିଦିନ ଆଖିର ବ୍ୟାୟାମ କଲେ ସୁଫଳ ମିଳିଥାଏ । ଦୁଇହାତ ପାପୁଲିକୁ ଘଷି ଘଷି ଗରମ କରି ବନ୍ଦ ଆଖି ଉପରେ ପାପୁଲିକୁ ହାଲ୍‌କା ଭାବେ ରଖିଲେ ମିଳିଥାଏ ଅନେକ ଉପକାର । ଏହି ସମୟରେ ଧୀରେ ଧୀରେ ନିଶ୍ୱାସ ନେଇ ମନରେ ସକାରାତ୍ମକ ଚିନ୍ତା ଆଣିଲେ ମାନସିକ ଶାନ୍ତି ମିଳିଥାଏ । ଏହି ପ୍ରକ୍ରିୟା ପ୍ରତିଦିନ ୩-୫ ମିନିଟ କଲେ ସୁଫଳ ମିଳେ । ସେହିପରି ଏକାଗ୍ରତା ତଥା ଆଖିର ଶକ୍ତି ବୃଦ୍ଧି ଲାଗି ଦୂରରେ ଥିବା କୌଣସି ଜିନିଷ ଉପରେ ୨୦ରୁ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଦୃଷ୍ଟି ନିବଦ୍ଧ କରନ୍ତୁ । ଏହାପରେ ପାଖରେ ଥିବା କୌଣସି ଜିନିଷକୁ ଦେଖିଲେ ଉପକାର ହୋଇଥାଏ । ଏହି ସମୟରେ ମୁଣ୍ଡ ଏପଟସେପଟ ନ କରି ସ୍ଥିର ହୋଇ ବସିବା ଆବଶ୍ୟକ । ଆଖିଡୋଳାକୁ କ୍ଲକ୍‌ ୱାଇଜ୍‌ ବୁଲାଇଲେ ଅନେକ ପ୍ରକାର ଆଖିଦୋଷ ଦୂର ହୋଇଥାଏ । ହାତରେ ପେନ୍‌ସିଲ୍‌ ବା ପେନ୍‌ ଧରି ଏହାକୁ ନାକ ସାମ୍ନାକୁ ଧୀରେ ଧୀରେ ଆଣି ଏହାର ମୁନ ଉପରେ ଦୃଷ୍ଟି ନିବଦ୍ଧ କରି ହାତକୁ ଆଗକୁ ପଛକୁ କଲେ ଆଖିର ପାୱାର ଅଫ୍‌ ଆକୋମୋଡେସନ୍‌ ବଢ଼ିଥାଏ ।