ହରମୋନ୍ ନିୟନ୍ତ୍ରଣ କରେ ମିଶ୍ରିପାଣି
ଖାଦ୍ୟପେୟରେ ଅନିୟମିତତା ଯୋଗୁ ହରମୋନସ୍ତରରେ ଅନିୟମିତତା ଦେଖାଯାଏ । ସହଜ ଘରୋଇ ଚିକିତ୍ସାରେ ଏଥିରୁ ମୁକ୍ତି ପାଇପାରିବେ । ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ । ଏହା ଶରୀରର ବିଭିନ୍ନ ହରମୋନ୍ ସ୍ତରକୁ ନିୟନ୍ତ୍ରିତ କରିଥାଏ । ରାତିରେ ଏକ ଗ୍ଲାସ୍ ପାଣିରେ କିଛି ମିଶ୍ରି ଖଣ୍ଡ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ସନ୍ତାନହୀନତା ଓ କାଶରୁ ମିଳିଥାଏ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି । ମିଶ୍ରି ପାଣି ମସ୍ତିଷ୍କର ସ୍ମୃତି ଶକ୍ତି ବୃଦ୍ଧି କରେ । ମିଶ୍ରି ପାଣି ପିଇଲେ ଶରୀରରେ ଶର୍କରାର ଅଭାବ ପୂରଣ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ବି ବୃଦ୍ଧି ପାଇଥାଏ ।




admin 